Latest Odisha News

BREAKING NEWS

ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ: ନିର୍ଦ୍ଦେଶାବଳୀ ପାଳନ ନକରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ଆଇନର ଧାରା 12 ଅନୁଯାୟୀ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।

ଯାହାର କାରଣ ଜଣେ ପୋଲିସ ସବ-ଇନ୍ସପେକ୍ଟର (ଏସଆଇ)ଙ୍କ ପୁନଃସ୍ଥାପନ ସମ୍ପର୍କରେ ଜାଣିଶୁଣି ନିର୍ଦ୍ଦେଶ ଅମାନ୍ୟ କରିବା ଏବଂ ଭ୍ରମାତ୍ମକ ସତ୍ୟପାଠ ଦାଖଲ କରିବା ଅଭିଯୋଗରେ ଦର୍ଶାଯାଇଛି। ଏପରିକି ବାରମ୍ବାର ସୁଯୋଗ ସ‌ତ୍ତ୍ବେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିନଥିଲେ। ୨୦୨୫ ସେପ୍ଟେମ୍ବର ୨୫ର ଆଦେଶକୁ ଜାଣିଶୁଣି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ କାହିଁକି ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବ। ସେ ନେଇ ଜବାବ ମାଗିଛନ୍ତି କୋର୍ଟ।

ଆବେଦନକାରିଣୀ ସାଗରିକା ପରିଡ଼ାଙ୍କୁ ୪ ସପ୍ତାହ ମଧ୍ୟରେ ଚାକିରିରେ ପୁନଃସ୍ଥାପିତ କରିବା ସମ୍ପର୍କିତ ପୂର୍ବ ଆଦେଶ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଆଦେଶ କାର୍ଯ୍ୟକାରୀରେ ଅବହେଳା ହେଲେ ଭାରପ୍ରାପ୍ତ ଡିଜିପି ଓ ଆଇଜି, ପର୍ସୋନେଲଙ୍କୁ ସେପ୍ଟେମ୍ବର ୨୮ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି କହିଛନ୍ତି ହାଇକୋର୍ଟ ।

ଅଗଷ୍ଟ ୧୬ ତାରିଖରେ ଅବସର ନେଇଥିବା ଖୁରାନିଆଙ୍କୁ ସାତ ଦିନ ମଧ୍ୟରେ ନୋଟିସର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Leave A Reply

Your email address will not be published.