ଭୁବନେଶ୍ବର:ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବାକୁ ଜାତୀୟ ସୁରକ୍ଷା ଆଇନ ଲାଗୁ ହୋଇଛି । ରାୟଗଡା ସହର ରେଲି ସାହି ନିବାସୀ ୪୦ ବର୍ଷୀୟ ଶିବା ନାମରେ ୬୪ଟି ଅପରାଧିକ ମାମଲା ରହିଛି । ଆଜିଠାରୁ ରାୟଗଡା ପୋଲିସ ଶିବାକୁ ନାମରେ ଏନଏସଏ ଲଗାଇଛି ।
ସୂଚନାଥାଉକି,କିଛି ମାସ ତଳେ ଶିବାର ପୁଅ ହାଡ଼ିପା ନିଖିଲକୁ କିଛି ଅପରାଧୀ ଗୋଡ଼ାଇ ଗୋଡ଼ାଇ ଗୁଳି ମାରି ହତ୍ୟା କରିଥିଲେ । ଜୁଆ ଆଡ୍ଡାରୁ ଲୁଟ ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୋଲିସ ସୂଚନା ଦେଇଥିଲା ।
କୋରାପୁଟଜିଲ୍ଲା ଆଲମଣ୍ଡାରେ ହୋଇଥିବା ଲୁଟ ଘଟଣାରେ ଉଭୟ ବାପା ପୁଅ ସଂଶ୍ଲିଷ୍ଟ ରହିଥିଲେ ।
ଶିବା ନାମରେ ଅପରାଧର ଲମ୍ବା ତାଲିକା ରହିଥିବାରୁ କେଉଁ କେଉଁ ମାମଲାରେ ରାୟଗଡା ପୋଲିସ ଏନ ଏସ ଏ ଲଗାଇଛି ତାହା ନେଇ ସୂଚନା ମିଳିପାରିନାହିଁ ।

