Latest Odisha News

BREAKING NEWS

ନେପାଳର ଭୟଙ୍କର ବନ୍ୟା; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟାକୁ ଅନେକ ଦିନ ବିତିଗଲାଣି କିନ୍ତୁ ଏବେ ବି ବିପର୍ଯ୍ୟୟ ଛାତି ଥରାଇ ଦେଉଛି। ଭଗ୍ନାବଶେଷ ମଧ୍ୟରେ ଫସିଥିବା ଲୋକଙ୍କ ପାଇଁ ଖୋଜାଖୋଜି ଏବେ ବି ଜାରି ରହିଛି। ପ୍ରାୟ ୪୦୦୦ ଲୋକ ନିଖୋଜ ଅଛନ୍ତି, ଏବଂ ପ୍ରାୟ ୯୮୭ ମୃତଦେହ ଉଦ୍ଧାର କରାଯାଇଛି।

ତେବେ ନୁୱାକୋଟ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ସମୟରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି।

ନୁୱାକୋଟ ଜିଲ୍ଲାର ଭେତ୍ରାବତୀରେ ଉଦ୍ଧାର କାର୍ଯ୍ୟ ସମୟରେ ଗୋଟିଏ ଘରୁ ତେଇଶଟି ମୃତଦେହ ଉଦ୍ଧାର କରାଯାଇଥିଲା। ନେପାଳର ବନ୍ୟାର ପ୍ରଭାବ ଭାରତୀୟ ନଦୀଗୁଡ଼ିକରେ ମଧ୍ୟ ଦେଖାଯାଉଛି। ଭାରତୀୟ ସୀମା ଦେଇ ପ୍ରବାହିତ ଗଣ୍ଡକ ନଦୀରେ ଅନେକ ମୃତଦେହ ମିଳିଛି। ଭାରତ ଏବେ ଏହି ମୃତଦେହଗୁଡ଼ିକୁ ନେପାଳୀ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛି।

ନେପାଳ ବନ୍ୟାରୁ ଉଦ୍ଧାର ହୋଇଥିବା ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ବିପର୍ଯ୍ୟୟ ପରେ ଅନେକ ଦିନ ବିତିଗଲାଣି କିନ୍ତୁ ନିଖୋଜଙ୍କ ସଂଖ୍ୟା ହଜାର ହଜାରରେ ରହିଛି। ମୋଟ ଉପରେ ପ୍ରାୟ ଚାରି ହଜାର ଲୋକ ଏବେ ବି ନିଖୋଜ ଥିବା ରିପୋର୍ଟ କରାଯାଇଛି। ରସୁୱା ଜିଲ୍ଲାର ଉତ୍ତରଗୟା ଗାଁରେ ପ୍ରାୟ ୩୫୦ ଛାତ୍ର ନିଖୋଜ ଅଛନ୍ତି।

ତ୍ରିଶୁଳି 3B ଜଳବିଦ୍ୟୁତ ପ୍ରକଳ୍ପରେ ଏବେ ବି ୧୧୮ ଜଣ ଲୋକ ଫସି ରହିଛନ୍ତି। ତ୍ରିଶୁଳି 3B ଜଳବିଦ୍ୟୁତ ପ୍ରକଳ୍ପରେ ଫସି ରହିଥିବା ୧୧୧୮ ଜଣଙ୍କ ମଧ୍ୟରେ ଇଞ୍ଜିନିୟର, ଅନ୍ୟାନ୍ୟ ଅଧିକାରୀ ଏବଂ ଶ୍ରମିକ ଅଛନ୍ତି। ସେମାନଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ କରାଯାଇ ନାହିଁ। ସେମାନେ ଜୀବିତ କି ମୃତ ସେନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ନେପାଳୀ ଏଜେନ୍ସି ଅନୁଯାୟୀ, ଏପର୍ଯ୍ୟନ୍ତ ୧୧,୮୧୪ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ୩୯୧୬ ଜଣ ନିଖୋଜ ଅଛନ୍ତି।

 

Leave A Reply

Your email address will not be published.