Latest Odisha News

BREAKING NEWS

ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ଋତୁ। ପାର୍ବଣ ପୂର୍ବରୁ କଟକ ଡିସିପି ଦେଇଛନ୍ତି କଡ଼ା ଚେତାବନୀ। କଟକ ସହରରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ମନା। ଜୋର ଜବରଦସ୍ତ ଚାନ୍ଦା ମାଗୁଥିଲେ ୧୧୨କୁ କଲ୍‌ କରିବାକୁ ଦିଆଯାଇଛି ପରାମର୍ଶ। ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି DCP।

ପାର୍ବଣ ଋତୁରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏଥିପାଇଁ ପୋଲିସ ଏବେଠୁ ସର୍ତକ ହୋଇଛି। ବଳପୂର୍ବକ ଚାନ୍ଦା ଆଦାୟ ଉପରେ ରୋକ୍ ଲଗାଇଛି। ଚାନ୍ଦା ଆଳରେ ବଟି ମାଗିଲେ ପଡ଼ିବ ମହଙ୍ଗା। ବଳପୂର୍ବକ ଚାନ୍ଦା ମାଗୁଥିବା ଲୋକଙ୍କ ଉପରେ ଆକ୍ସନ ନେବ ପୋଲିସ। ବ୍ୟବସାୟିକ ପ୍ରତିଷ୍ଠାନ ହେଉ ବା ସ୍ଥାନୀୟ ଲୋକଙ୍କୁ କେହି ଏପରି ଚାନ୍ଦା ନାଁରେ ହଇରାଣ କଲେ ୧୧୨ ହେଲ୍ପ ଲାଇନ ନମ୍ବରରେ ଜଣାଇଲେ ଆକ୍ସନ ନେବ ପୋଲିସ। ଏନେଇ ବିଭିନ୍ନ ପୂଜାମଣ୍ଡପ ଓ ପୂଜା କମିଟି ସମେତ ଅନେକ ଲୋକଙ୍କୁ ଅବଗତ କରିଛି ପୋଲିସ।

Comments are closed.