Latest Odisha News

BREAKING NEWS

ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତ ଦଳ ଘୋଷଣା

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ଟିକିଆ ଟି୨୦ ସିରିଜ୍ ପାଇଁ ଉଭୟ ଦଳର ଖେଳାଳି  ଘୋଷଣା କରାଯାଇଛି । ଏହି ସିରିଜର ସମସ୍ତ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ  ସେପ୍ଟେମ୍ବର ୧୩ ରୁ ୧୭ ମଧ୍ୟରେ ଖେଳାଯିବ । ଟି୨୦ ସିରିଜ୍ ପାଇଁ ଶ୍ରେୟସ ଅୟରଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଥିବା ବେଳେ ଯୁବ ବ୍ୟାଟର ବୈଭବ ସୂର‌୍ୟ୍ୟବଂଶୀ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ସଞ୍ଜୁ ସାମସନ୍ ଏବଂ ବରୁଣ ଚକ୍ରବର୍ତ୍ତୀ ଦଳକୁ ଫେରିଛନ୍ତି  ।

ଅନ୍ୟପଟେ ଜସପ୍ରୀତ ବୁମରା, ୱାଶିଂଟନ୍ ସୁନ୍ଦର, ନୀତିଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣାଙ୍କ ଖେଳିବା ଫିଟନେସ୍ ରିପୋର୍ଟ ଆଧାରରେ ସ୍ଥିର ହେବ । ଆଘାତ ସମସ୍ୟା ଯୋଗୁଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜରୁ ବାଦ୍ ପଡ଼ିଛନ୍ତି ।  ସିରିଜର ତିନୋଟି ଯାକ ମ୍ୟାଚ୍ ସେପ୍ଟେମ୍ବର ୧୩, ୧୫ ଏବଂ ୧୭ ତାରିଖରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭:୦୦ ଟାରେ ଖେଳାଯିବ ।

ଖେଳାଳି ସୂଚୀ: ଶ୍ରେୟସ ଅୟର(ଅଧିନାୟକ), ତିଲକ ବର୍ମା, ଅଭିଷେକ ଶର୍ମା, ବୈଭବ ସୂର‌୍ୟ୍ୟବଂଶୀ, ସଞ୍ଜୁ ସାମସନ୍ , ଇଶାନ କିଶନ, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ (ଫିଟନେସ୍ ଆଧାରରେ), ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର(ଫିଟନେସ୍ ଆଧାରରେ), ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା(ଫିଟନେସ୍ ଆଧାରରେ), ଅର୍ଶଦୀପ ସିଂ, ହର୍ଷିତ ରାଣା(ଫିଟନେସ୍ ଆଧାରରେ)।

Leave A Reply

Your email address will not be published.