Latest Odisha News

BREAKING NEWS

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ୧୭ ତମ ଦିବସରେ ଗଣତିମଣତି କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ୧୧ ଟା ୧୫ ରୁ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇ ୭ ଟା ୩୮ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିଥିଲା।

ରେକର୍ଡ଼ ସଂଖ୍ୟକ ଆଜି ୮ ଘଣ୍ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଗଣତି ହୋଇଥିଲା। ପଞ୍ଚମ ଆଲମିରାରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ଅନେକ ରତ୍ନ ଅଳଙ୍କାରରେ ରତ୍ନ ଖଚିତ ରହିଛି। ଏଣୁ ଗଣତି ମଣତି ସହିତ ଚିହ୍ନଟ କରିବା, ଭିଡିଓ ଗ୍ରାଫି, ଫଟୋଗ୍ରାଫି, ଥ୍ରୀଡି ମ୍ୟାପିଙ୍ଗ ପାଇଁ ଅନେକ ସମୟ‌ ଲାଗୁଛି।

ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗଣତି ମଣତି କାର୍ଯ୍ୟ କରାଯାଇଛି। ତେବେ ଆଗାମୀ ଦିନରେ କେବେ ଗଣତି ମଣତି କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

Leave A Reply

Your email address will not be published.