Latest Odisha News

BREAKING NEWS

୨୪ ମାସ ମଧ୍ୟରେ ଏନଡିଏ ହରାଇଲା ୭ ରାଜ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିଜେପି ସମ୍ପୂର୍ଣ୍ଣ ଭାବେ ନିରାଶ ହେବାକୁ ପଡିଛି । ୨ ବର୍ଷ ମଧ୍ୟରେ ଏନଡିଏ ୭ ରାଜ୍ୟରେ ସରକାର ହରାଇଛି । ଅପରପକ୍ଷରେ ଭାଜପା ବିରୋଧୀ ୧୨ ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି ।

କଂଗ୍ରେସ ଅପେକ୍ଷାକୃତ ଦୁର୍ବଳ ହୋଇ ଯାଇଥିଲେ ମଧ୍ୟ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ପଞ୍ଜାବ, ପୁଡୁଚେରୀରେ ଗଠବନ୍ଧନ ସହ ସରକାରରେ ରହି ସ୍ଥିତି ବଜାୟ ରଖିଛି । ଆଂଚଳିକ ଦଳଗୁଡିକ ମଧ୍ୟରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, କେରଳରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି, ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସ, ଓଡିଶାରେ ବିଜେଡି ଓ ତେଲେଙ୍ଗାନାରେ ଟିଆରଏସ ସରକାର ଗଠନ କରିଛନ୍ତି ।

୨୦୧୭ରେ ଏନଡିଏ ଭଲ ସ୍ଥିତିରେ ରହିଥିଲା । ଦଳ ପାଖରେ ୧୯ ରାଜ୍ୟ ଥିଲା ।

Leave A Reply

Your email address will not be published.