Latest Odisha News

BREAKING NEWS

India-Iran meeting: ମୋଦି–ପେଜେଶ୍କିଆନ୍‌ଙ୍କ ଭେଟ ପରେ ତାତିଗଲେ ଆମେରିକା ବିଦେଶ ମନ୍ତ୍ରୀ, ଦେଲେ କଡା ଚେତାବନୀ…

ନୂଆଦିଲ୍ଲୀ: କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ଚାଲିଥିବା ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ୍‌ଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହି ବୈଠକକୁ ନେଇ ଆମେରିକାର ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ।

ଆମେରିକାର ବିଦେଶମନ୍ତ୍ରୀ ମାର୍କୋ ରୁବିଓଙ୍କୁ ମୋଦି ଓ ପେଜେଶ୍କିଆନ୍‌ଙ୍କ ଭେଟ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ, ତାଙ୍କ ଜାଣିବା ଅନୁସାରେ ଭାରତ ଓ ଇରାନ ମଧ୍ୟରେ କୌଣସି ବାଣିଜ୍ୟିକ ଚୁକ୍ତି ହୋଇନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦେଶ ନିଜସ୍ୱ ସ୍ୱାଧୀନ ବିଦେଶ ନୀତି ନିର୍ଦ୍ଧାରଣ କରେ ଏବଂ ବିଶ୍ୱର ଅନେକ ଦେଶ ଇରାନ ସରକାର ସହ ଆଲୋଚନା କରୁଛନ୍ତି।

ତେବେ ଏହା ସହିତ ରୁବିଓ ଏକ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, କୌଣସି ଦେଶ ଇରାନକୁ ଆମେରିକୀୟ ପ୍ରତିବନ୍ଧକରୁ ବଞ୍ଚିବାରେ ସହାୟତା କରିବା ଉଚିତ୍‌ ନୁହେଁ। ଯଦି କୌଣସି ଦେଶ ଇରାନ ସହ ବ୍ୟବସାୟ ଜାରି ରଖେ, ତେବେ ଟ୍ରମ୍ପ ପ୍ରଶାସନ ସେହି ଦେଶ ବିରୋଧରେ ପ୍ରତିବନ୍ଧକ ଲଗାଇବାରୁ ପଛକୁ ହଟିବ ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି।

ରୁବିଓଙ୍କ ଅଭିଯୋଗ ହେଉଛି, ଇରାନକୁ ପ୍ରତିବନ୍ଧକ ଏଡ଼ାଇବାରେ ସାହାଯ୍ୟ କଲେ ଏଥିରୁ ଇରାନ ଆୟ କରିପାରେ ଏବଂ ଆମେରିକାର ଅଭିଯୋଗ ଅନୁସାରେ ସେହି ଅର୍ଥ ଆତଙ୍କବାଦ କିମ୍ବା ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମରେ ବ୍ୟବହାର ହୋଇପାରେ।

ଏପଟେ ଇରାନକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଆମେରିକା ଇରାନ ବିରୋଧରେ ଯୁଦ୍ଧରେ ଲଗାତାର ଜିତୁଛି ଏବଂ ଇରାନର ମିଶନ୍‌ ଖୁବଶୀଘ୍ର ଶେଷ ହୋଇଯିବ। ଟ୍ରମ୍ପଙ୍କ ଦାବି ଅନୁସାରେ, ଇରାନର ନୌସେନା, ବାୟୁସେନା ଓ ସ୍ଥଳସେନା ଧ୍ୱଂସ ହୋଇସାରିଛି। ସେହିପରି ହର୍ମୁଜ୍‌ ଜଳପଥକୁ ନେଇ ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି ଯେ ଏବେ ଏହା ଆମେରିକାର ନିୟନ୍ତ୍ରଣରେ ରହିଛି ଏବଂ ସେଠାରୁ ଅନେକ ଜାହାଜ ଯାତାୟାତ କରୁଛି। ଏହାର ନାଁ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ୍‌’ କରିବା ନେଇ ମଧ୍ୟ ସେ ପୂର୍ବରୁ ମନ୍ତବ୍ୟ ଦେଇଥିଲେ। ଏହି ଦୁଇଟି ଘଟଣା ଏବେ ଆନ୍ତର୍ଜାତିକ କୂଟନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.