Latest Odisha News

BREAKING NEWS

ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା, ଅତି ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର: ଗତ କିଛି ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିଲା। ଏବେ ଗୋଟିଏ ସପ୍ତାହ ଧରି ଓଡ଼ିଶାରେ ବର୍ଷା କମିଥିଲା। ହେଲେ ଏବେ ପୁଣିଥରେ ଚଳିତ ସପ୍ତାହର ଶେଷ ଆଡକୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ନଦୀରେ ପାଣି ବଢ଼ିବା ଆଶଙ୍କା କରାଯାଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।

ଛତିଶଗଡ଼ ଓ ଝାଡ଼ଖଣ୍ଡ ପାଇଁ ଜାରି ହେଲା ଆର୍ଲଟ। ଚିନ୍ତାରେ ଓଡ଼ିଶା। ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପାଇଁ ଆଇଏମଡି ଆର୍ଲଟ ଜାରି କରିଛି । ଯାହାକୁ ନେଇ ଓଡ଼ିଶାରେ ପୁଣି ବନ୍ୟା ଭୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଛତିଶଗଡ଼ର ଓ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି ।

ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ହୋଇଥିବା ପ୍ରବଳ ବର୍ଷା ହେତୁ ସେଠାକାର ଗାଲୁଡିହ ବ୍ୟାରେଜରୁ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ଓଡ଼ିଶାର ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଅନ୍ୟପଟେ ୪ଟି ଗେଟ ଦେଇ ବନ୍ୟା ଜଳ ଛାଡ଼ୁଛି ହୀରାକୁଦ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ରହିଛି ୬୨୭. ୧୮ ଫୁଟ । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୯ ହଜାର ୯୩୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହା ସହ ୬୭ ହଜାର ୩୪୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.