Latest Odisha News

BREAKING NEWS

ଅର୍ଶଦୀପ-ସମରୀନ୍ କୌରଙ୍କ ଟାଟୁ ସହ ସମ୍ପର୍କର ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ଅଭିନେତ୍ରୀ ତଥା ମୋଡେଲ୍ ସମରୀନ୍ କୌର ନିଜ ସମ୍ପର୍କକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୁହେଁ ନିଜ ନିଜ ହାତରେ ଏକାଭଳି  ଟାଟୁ ବନାଇ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ନିଜ ପ୍ରେମ ସମ୍ପର୍କକୁ ସାରା ଦୁନିଆ ଆଗରେ ସ୍ୱୀକାର କରିଛନ୍ତି ।  ଏହି ଟାଟୁର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଦୁହେଁ ନିଜ ନିଜ ହାତଲେଖାରେ ପରସ୍ପରର ନାମର ପ୍ରଥମ ଅକ୍ଷର ଆଙ୍କିଛନ୍ତି ।  ଅର୍ଶଦୀପ  ନିଜ ବାହୁରେ ସମରୀନ୍‌ଙ୍କ ହାତଲେଖାରେ ଲେଖାଇଛନ୍ତି । ଅନ୍ୟପଟେ ସମରୀନ୍ ନିଜ ହାତରେ ଅର୍ଶଦୀପଙ୍କ ହାତଲେଖାର ଟାଟୁ କରିଛନ୍ତି ।

ଦୁଇଟିଯାକ ଟାଟୁ ପାଖରେ ଏକ ଛୋଟ ଲାଲ୍ ରଙ୍ଗର ହୃଦୟ  ଚିହ୍ନ ରହିଛି, ଯାହାକୁ ଡିଜାଇନର ଅଭିଷେକ ଗୱାଇ ଏବଂ ଟାଟୁ ଆର୍ଟିଷ୍ଟ ସନ୍ନି ସେନ ଆଙ୍କିଛନ୍ତି ।  ସମରୀନ୍ କୌରଙ୍କ ଜନ୍ମ ୭ ସେପ୍ଟେମ୍ବର ୧୯୯୯ରେ ଜମ୍ମୁ-କାଶ୍ମୀରରେ ହୋଇଥିଲା । ସେ ପୁଣେର ସିମ୍ବାୟୋସିସ୍ କଲେଜ୍‌ରୁ ଡିଗ୍ରୀ ହାସଲ କରିଛନ୍ତି । ସେ ଫେମିନା ମିସ୍ ଇଣ୍ଡିଆ ୨୦୧୮ରେ ଜମ୍ମୁ-କାଶ୍ମୀରର ପ୍ରତିନିଧିତ୍ୱ କରି ଫାଇନାଲିଷ୍ଟ ହୋଇଥିଲେ । ସେ ନେଲ୍ ପଲିସ ୱେବ୍ ସିରିଜ୍ ଏବଂ ୮୩ ଓ  ସରଦାର ଜୀ ୨’ ଭଳି ଫିଲ୍ମରେ କାମ କରିଛନ୍ତି । ଏହା ସହିତ ଜୁବିନ୍ ନୌଟିୟାଲ୍ (‘ତୁଝେ ଭୁଲନା ତୋ ଚାହା), ବାଦଶାହ (ବାୱଲା ) ଏବଂ ଗୁରୁ ରନ୍ଧାୱାଙ୍କ ଭଳି ଗାୟକଙ୍କ ଅନେକ ମ୍ୟୁଜିକ୍ ଭିଡିଓରେ ସେ ନଜର ଆସିଛନ୍ତି ।

Leave A Reply

Your email address will not be published.