Latest Odisha News

BREAKING NEWS

ଓଡ଼ିଶା ଟି୨୦ ଲିଗ୍ ୨୦୨୬ ସିଏମ ଟ୍ରଫି: ଚୂଡ଼ାନ୍ତ ଦଳ ଘୋଷଣା, ରାଇନା ଓ ଦେବାଶିଷ ବ୍ରାଣ୍ଡ୍ ଆମ୍ବାସାଡର

କଟକ:ଐତିହାସିକ ବାରବାଟୀ ଷ୍ଟେଡିୟମ୍‌ରେ ଖେଳାଯିବାକୁ ଥିବା ଓଡ଼ିଶା ଟି୨୦ ଲିଗ୍ ୨୦୨୬ (ସିଏମ ଟ୍ରଫି) ର ଦ୍ୱିତୀୟ ସଂସ୍କରଣ ପାଇଁ ସମସ୍ତ ୬ଟି ଫ୍ରାଞ୍ଚାଇଜ୍ ନିଜ ନିଜର ୧୬ ଜଣିଆ ଖେଳାଳି  ଚୂଡ଼ାନ୍ତ କରିଛନ୍ତି । ସେପ୍ଟେମ୍ବର ୨୦ ରୁ ୨୯ ପର‌୍ୟ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହି ଲିଗ୍‌ର ପ୍ରଚାର ପାଇଁ ପୂର୍ବତନ ଭାରତୀୟ କ୍ରିକେଟର୍ ସୁରେଶ ରାଇନା ଏବଂ ଓଡ଼ିଶାର ଦେବାଶିଷ ମହାନ୍ତିଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ, ଏହି ଡ୍ରାଫ୍ଟ ସ୍ଥାନୀୟ ଖେଳାଳିମାନଙ୍କୁ ନିଜର ପ୍ରତିଭା ଦେଖାଇବା ଏବଂ ଆଗକୁ ବଢ଼ିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ ।

୧. ଭୁବନେଶ୍ୱର ଟାଇଗର୍ସ :ସ୍ୱସ୍ତିକ ସାମଲ (ଅଧିନାୟକ), ରାଜେଶ ମହାନ୍ତି, ଶ୍ରେୟାଂଶ ଭାରଦ୍ୱାଜ, ବାଦଲ ବିଶ୍ୱାଳ, ଆଶୁତୋଷ ଛୁରିଆ, ସମ୍ବିତ ବେଜା, ମହମ୍ମଦ ସୋହେଲ ଖାନ୍, ଦିନେଶ କୁମାର ମାଝୀ, ଜ୍ଞାନ ରଞ୍ଜନ ନାୟକ, ରୁଦ୍ର ପ୍ରସାଦ ମଲ୍ଲିକ, ଜନମ ଜୟ ଜେନା, ସ୍ୱୟମ୍ଭୁ ପାଲାଇ, ରୀତେଶ ପ୍ରିୟରଞ୍ଜନ, ରାକେଶ ପଟ୍ଟନାୟକ, ଉମେଶ କୁମାର ଗୌତମ, ଶଶିକାନ୍ତ ଯାଦବ, ମୁଖ୍ୟ କୋଚ ସୁବିତ ବିଶ୍ୱାଳ, ସହକାରୀ କୋଚ ବିଭୂଦତ୍ତ ପଣ୍ଡା । ୨. ପୁରୀ ଟାଇଟନ୍ସ : ଆଦିତ୍ୟ ରାଉତ (ଅଧିନାୟକ), ନିହାର ବି. ଭୂୟାଁ, ଦୀପକ ତିୱାରୀ, ଶ୍ରୀୟାଂଶୁ ପଟ୍ଟନାୟକ, ଆୟୁଷ ସୁତାର, ସ୍ୱୟମ ଶ୍ରୀବାସ୍ତବ, ଚନ୍ଦୀପ ରିଆର, ଅନିଲ ପରିଡ଼ା, କୃଷ୍ଣ ମହାନ୍ତି, ସୁନୀଲ ରାଉଳ, ପାନାକାଲା ଶଶାଙ୍କ, ଆଦିତ୍ୟ ଆନନ୍ଦ, ସୁମିତ ଶର୍ମା, ଆଶୀର୍ବାଦ ସ୍ୱାଇଁ, ସର୍ବେଶ୍ୱର ମହାନ୍ତି, ତାରିଣୀ ସା, ମୁଖ୍ୟ କୋଚ ପ୍ରୀତମଜିତ ଦାସ, ସହକାରୀ କୋଚ ଆଶିଷ ସବିତା । ୩. କେନ୍ଦୁଝର ମାଇନର୍ସ :  ସୁଭ୍ରାଂଶୁ ସେନାପତି (ଅଧିନାୟକ), ରାଜେଶ ଧୂପର, ଦେବବ୍ରତ ପ୍ରଧାନ, ଜମାଲା ମହାପାତ୍ର, ସୁଜଲ ସିଂହ, ପ୍ରୟାସ କୁମାର ସିଂହ, ବାଗୀଶ ଶର୍ମା, ଆୟୁଷ ବାରିକ, ବିମଲ କୁମାର, ଯୋଗେଶ୍ୱର ବାଗ, ସ୍ୱାଗତ ସୌରଭ ମିଶ୍ର, ଅର୍ଣ୍ଣବ ପଟ୍ଟନାୟକ, ମୟଙ୍କ ପଟ୍ଟନାୟକ, କ୍ଷମାସାଗର ବଳ, ରାକେଶ ବିଶ୍ୱାଳ, ସୋୟାଂଶୁ ପଟ୍ଟନାୟକ, ମୁଖ୍ୟ କୋଚ ସୂର‌୍ୟ୍ୟକାନ୍ତ ପ୍ରଧାନ,  ସହକାରୀ କୋଚ ଗିରିଜା ରାଉତ ।

୪. ରାଉରକେଲା ସୁପରଷ୍ଟାର୍ସ : ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ସମ୍ବିତ ବରାଳ, ସାୱନ ପାହାଡ଼ିଆ, ବିଶ୍ୱଜିତ ପ୍ରଧାନ, ଆଶୁତୋଷ ମାରାଣ୍ଡି, ପପୁ ରାୟ, ସନ୍ଦୀପ ପଟ୍ଟନାୟକ, ବିବାଶ ସ ’, ଆକାଶ ମହାପାତ୍ର, ଶୁଭମ ପ୍ରିୟଦର୍ଶୀ, ପ୍ରୟାଣ ସାମଲ, ଶୋଭନ ଦେବ ବେହେରା, ଦିବ୍ୟମ୍ ଛାପଡ଼ିଆ, ଅଭିଷେକ କୁମାର ଯାଦବ, ସୌଭାଗ୍ୟ ରାଉତ, ଓମକାର ମହାନ୍ତି, ମୁଖ୍ୟ କୋଚ ସଞ୍ଜୟ ରାଉଳ,  ସହକାରୀ କୋଚ ପ୍ରଶାନ୍ତ ସାହୁ । ୫. ସମ୍ବଲପୁର ୱାରିୟର୍ସ : ଗୌରବ ଚୌଧୁରୀ (ଅଧିନାୟକ), ସ୍ୱରୂପ ସମିତ ଭୂୟାଁ, ବିକ୍ରମ କିଶୋର ସାମଲ, ଅଙ୍କିତ ଯାଦବ, ଦେବବ୍ରତ ପ୍ରଧାନ ଜୁନିୟର, ମହେଶ ସାହୁ, ବୈଭବ ମହାନ୍ତି, ସାର୍ଥକ ପଣ୍ଡା, ପାନାକାଲା ମୋକ୍ଷିତ, ଶାନ୍ତନୁ ମିଶ୍ର, ମହମ୍ମଦ ଦାନିଶ, ସାଇଦୀପ ମହାପାତ୍ର, ପ୍ରଦୀପ ପ୍ରଧାନ, ସୟଦ ତୁଫାୟଲ ଅହମ୍ମଦ, ଓମ୍ ଟି. ମୁଣ୍ଡେ, ସୌମ୍ୟ ରଞ୍ଜନ ଲେଙ୍କା, ମୁଖ୍ୟ କୋଚ  ବସନ୍ତ ମହାନ୍ତି,  ସହକାରୀ କୋଚ  ରାକେଶ ମହାନ୍ତି । ୬. କଟକ ପାନ୍ଥର୍ସ :  ବିପ୍ଳବ ସାମନ୍ତରାୟ (ଅଧିନାୟକ), ଡି. ଆୟୁଷ, ଏମ୍. ଗୌତମ ଗୋପାଳ, ସୌମ୍ୟ ରଞ୍ଜନ ବିଶ୍ୱାଳ, ଶିବୁନ ନନ୍ଦ, ଅଭିରୂପ ଦାସ, ସାର୍ଥକ ଏସ. ପ୍ରକାଶ, ସୁଭାସିସ ମଲ୍ଲିକ, ରାଜ ଯାଦବ, ପ୍ରିୟାଂଶୁ ମହାନ୍ତି, ପୀୟୂଷ ମନ୍ତ୍ରୀ, ଅଭିଷେକ ସିଂହ, ପ୍ରଶାନ୍ତ ରାଣା, କାର୍ତ୍ତିକ ବିଶ୍ୱାଳ, ସୌରଭ ଗୌଡ଼, ଶୁଭମ ଶତ୍ରୁଜିତ, ମୁଖ୍ୟ କୋଚ ପ୍ରଭଞ୍ଜନ ମଲ୍ଲିକ,  ସହକାରୀ କୋଚ ଦୀପକ ମଙ୍ଗରାଜ ।

Leave A Reply

Your email address will not be published.