Latest Odisha News

BREAKING NEWS

ଜେଲରୁ କଏଦୀ ଫେରାର;ସଫେଇ କାମ ବେଳେ ଚମ୍ପଟ ମାରିଲେ…

ନୂଆପଡ଼ା:ଆଜି (ସୋମବାର)ନୂଆପଡ଼ା ସବ୍‌ଜେଲ୍‌ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ବର୍ଷ ଜେଲ୍‌ ଦଣ୍ଡ ଭୋଗୁଥିଲେ ଫେରାର କଏଦୀ । ଫେରାର କଏଦୀ ଜଣକ ହେଲେ ସିନାପାଲି ଥାନା ଅଧୀନ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ସିଂ ମାଝୀ (୩୦)।

ଜେଲ୍‌ ପରିସର ସଫେଇ କାମ ଚାଲିଥିବା ବେଳେ କଏଦୀ ବିଶ୍ୱବିହାରୀ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗରେ ଜେଲ୍‌ ପରିସରରୁ ଚମ୍ପଟ ମାରିଥିଲା। ଘଟଣା ସମ୍ପର୍କରେ ନୂଆପଡ଼ା ସବ୍‌ଜେଲ୍‌ ଜେଲର୍‌ ବଳରାମ ମାଝୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨୦୨୧ ମସିହାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବିଶ୍ୱବିହାରୀ ଗିରଫ ହୋଇ ଜେଲ୍‌ ଯାଇଥିଲା।ମାମଲାର ବିଚାର କରି ନୂଆପଡ଼ା ଅଦାଲତ ୨୦୨୩ ମସିହାରେ ତାକୁ ୨୦ ବର୍ଷ ପାଇଁ ଜେଲ୍‌ଦଣ୍ଡାଦେଶ ଦେଇଥିଲେ।

ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଓ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.