Latest Odisha News

BREAKING NEWS

ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଆନ୍ତର୍ଜାତୀୟ ମ୍ୟାଚ୍‌ଗୁଡ଼ିକ ପାଇଁ କ୍ୟାମ୍ପା କୋଲା , ଏସ୍‌ବିଆଇ ଲାଇଫ୍  ଏବଂ ଚାଟ୍‌ଜିପିଟି କୁ ନୂଆ ଆସୋସିଏଟ୍ ପାର୍ଟନର ଭାବେ ଚୟନ କରିଛି । ଏହି ଚୁକ୍ତି ମାର୍ଚ୍ଚ ୨୦୨୮ ପର‌୍ୟ୍ୟନ୍ତ ବଳବତ୍ତର ରହିବ ଏବଂ ଏହି ସମୟ ମଧ୍ୟରେ ଖେଳାଯିବାକୁ ଥିବା ୩୫ଟି ଆନ୍ତର୍ଜାତୀୟ ମ୍ୟାଚ୍ ପାଇଁ ବିସିସିଆଇ ସହ ଏହି ୩ଟି ବ୍ରାଣ୍ଡ ଯୋଡ଼ିହୋଇ ରହିବେ । କ୍ୟାମ୍ପା କୋଲା ସବୁଠାରୁ ଅଧିକ ବୋଲି ମ୍ୟାଚ୍ ପିଛା ୧.୩୧ କୋଟି, ଏସ୍‌ବିଆଇ ଲାଇଫ ୧.୨୦ କୋଟି, ଚାଟ୍‌ଜିପିଟି ୧.୨୦ କୋଟି ଟଙ୍କା ଦେବେ  । ଏହି ଚୁକ୍ତି ମାଧ୍ୟମରେ ମାର୍ଚ୍ଚ ୨୦୨୮ ସୁଦ୍ଧା ୩୫ଟି ମ୍ୟାଚ୍‌ରୁ  ବିସିସିଆଇର ମୋଟ ୧୩୦ କୋଟି ଆୟ ହେବ । କ୍ୟାମ୍ପା କୋଲା, ବିସଲେରୀ ଏବଂ ଇଣ୍ଡିଆନ୍ ଅଏଲ୍ କୋର୍ପୋରେସନ୍ (ଉଭୟଙ୍କ ବୋଲି ୧.୨୦ କୋଟି ) କୁ ପଛରେ ପକାଇ ଏହି ଅଧିକାର ହାସଲ କରିଛି ।

ଆସୋସିଏଟ୍ ପାର୍ଟନରମାନଙ୍କ ଲୋଗୋ ଟିମ୍ ଇଣ୍ଡିଆର ଜର୍ସି ଉପରେ ରହିବ ନାହିଁ । ଜର୍ସିରେ କେବଳ ମୁଖ୍ୟ ଟାଇଟଲ୍ ସ୍ପୋନ୍ସରଙ୍କ ନାମ ଥାଏ (ବର୍ତ୍ତମାନ ମୁଖ୍ୟ ସ୍ପୋନ୍ସର  ଆପୋଲୋ ଟାୟାର୍ସ ରହିଛି ) । ଏହି ଆସୋସିଏଟ୍ ବ୍ରାଣ୍ଡ୍‌ଗୁଡ଼ିକର ଲୋଗୋ ମ୍ୟାଚ୍ ପ୍ରସାରଣ ସମୟରେ ଟିଭି ସ୍କ୍ରିନ୍ ଗ୍ରାଫିକ୍ସ ଏବଂ ବାଉଣ୍ଡ୍ରି କୁସନ୍ ଉପରେ ପ୍ରଦର୍ଶିତ ହେବ । ଭାରତୀୟ ଦଳର ଆଗାମୀ ଘରୋଇ ସିରିଜ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ୩ଟି ଓଡ଼ିଆଇ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.