ଭୁବନେଶ୍ବର:ଗତ ଜାନୁଆରୀ ମାସରେ ଲାଞ୍ଚ ନେଇ ଧରାପଡ଼ିଥିଲେ ବାଲେଶ୍ବର ଉଠାଜଳସେଚନ ବିଭାଗ (ଓଏଲ୍ଆଇସି ଡିଭିଜନ୍)ର ଜେଇ ସୁବ୍ରତ ମହାନ୍ତି । ତାଙ୍କର ୧୨୩ ପ୍ରତିଶତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି।
ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୧୩(୨) ସହ ୧୩(୧)(ଖ) ଓ ୧୨ରେ ଏକ ୨୧/୭-୯-୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି। ଏହାପରେ କନିଷ୍ଠଯନ୍ତ୍ରୀ ମହାନ୍ତିଙ୍କୁ ଗିରଫ କରି ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ କୋର୍ଟରେ ହାଜର କରାଯାଇଛି।
ସୂଚନାଥାଉକି, ପୁରୁଣା ବିଲ୍ର ଅର୍ଥ ପୈଠ କରିବା ନିମନ୍ତେ ୬୦ହଜାର ଟଙ୍କା ଲାଞ୍ଚନେବା ଘଟଣାରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।

