Latest Odisha News

BREAKING NEWS

Online Fraud: ପାର୍ସଲ ଖୋଲି ଉଡ଼ିଗଲା ଯୁବକଙ୍କ ହୋସ୍! ଅର୍ଡର କରିଥିଲେ କ’ଣ…ଆସିଲା କ’ଣ…

ନୂଆଦିଲ୍ଲୀ: ଅନଲାଇନ୍ ସପିଂ କରିବା ବେଳେ ସାବଧାନ ନ ହେଲେ କେତେ ବଡ଼ ଠକେଇର ଶିକାର ହୋଇପାରନ୍ତି, ତାହାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାର ଜଣେ ଯୁବକ ଆଣ୍ଡ୍ରଏଡ୍ ଡିଭାଇସ୍ ବଦଳରେ ପାର୍ସଲରୁ ଯାହା ପାଇଛନ୍ତି, ତାହା ଆପଣଙ୍କୁ ବି ଚକିତ କରିଦେବ ।

ଦଙ୍କୌର ଥାନା ଅଞ୍ଚଳର ବାସିନ୍ଦା ଆକାଶ ନାଗର କିଛି ଦିନ ପୂର୍ବରୁ ନିଜ କାମ ପାଇଁ ଏକ ଅନଲାଇନ୍ ୱେବସାଇଟରୁ ₹୧,୯୯୯ ମୂଲ୍ୟର ଏକ Android ଡିଭାଇସ୍ ଅର୍ଡର କରିଥିଲେ। ଅର୍ଡର ସମୟରେ ସେ ସମ୍ପୂର୍ଣ୍ଣ ଟଙ୍କା ଅନଲାଇନରେ ପେମେଣ୍ଟ ମଧ୍ୟ କରିଥିଲେ।

ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ କୁରିଅର ତାଙ୍କ ଘରେ ଆସି ପହଞ୍ଚିଥିଲା। କିନ୍ତୁ ପାର୍ସଲ ଖୋଲିବା ପରେ ଆକାଶ ଯାହା ଦେଖିଲେ, ତାହା ଦେଖି ସେ ଚକିତ ହୋଇଗଲେ। ଡିଭାଇସ୍ ବଦଳରେ ବକ୍ସ ଭିତରେ ଥିଲା ଗୋବର ଖତ! ଯାହା ପରେ ଆଚମ୍ବିତ ହୋଇଥିଲେ ଆକାଶ ।

ଠକେଇର ଶିକାର ହୋଇଥିବା ବୁଝିବା ପରେ ଆକାଶ ସାଇବର କ୍ରାଇମ୍ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ୱେବସାଇଟର ସତ୍ୟତା, ପେମେଣ୍ଟ ଟ୍ରାଞ୍ଜାକ୍ସନ୍ ଏବଂ କୁରିଅର ଡେଲିଭରି ଚେନ୍‌ର ଯାଞ୍ଚ କରୁଛି।

ତେବେ ସାବଧାନ୍! ଯଦି ଆପଣ ବି ଏହି ପରି ଯେକୌଣସି ସାଇଟ୍ କିମ୍ବା ଅନଲାଇନ ଲିଙ୍କରୁ ଜିନିଷ ଅର୍ଡର କରୁଛନ୍ତି, ତାହାଲେ ସତର୍କ ହୋଇଯାଆନ୍ତୁ । ଅନଲାଇନ୍ ସପିଂ ବେଳେ କେବଳ ଭେରିଫାଏଡ୍ କମ୍ପାନୀ ଓ ଅଫିସିଆଲ୍ ୱେବସାଇଟ୍ରୁ ହିଁ ସାମଗ୍ରୀ କିଣିବାକୁ ସାଇବର ସୁରକ୍ଷା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.