Latest Odisha News

BREAKING NEWS

Dua steals spotlight: ପୂରା ବାପାଙ୍କ କାର୍ବନ କପି ଝିଅ ଦୁଆ…ଫଟୋଶୁଟ୍‌ରେ ମମ୍ମି-ପାପାଙ୍କ ମଝିରେ ଚୋରି କରିନେଲେ ସବୁ ଲାଇମଲାଇଟ୍!

ମୁମ୍ବାଇ: ଡିଟ୍ଟୋ ଛୋଟ ରଣଭୀରଙ୍କ ଫିମେଲ୍ ଭର୍ସନ୍!

ଇଣ୍ଟରନେଟର ମନ କିଣିଲା ବେବି ଦୁଆଙ୍କ ନିଷ୍କପଟ ହସ!

ଫ୍ୟାନ୍ସ କହିଲେ ବାପାଙ୍କ ଛୋଟ ପ୍ରତିଛବି!

ବଲିଉଡ୍‌ର ଚର୍ଚ୍ଚିତ କପଲ୍ ଦୀପିକା ପାଦୁକୋନ୍ ଓ ରଣଭୀର ସିଂହ ଖୁବଶୀଘ୍ର ଦ୍ୱିତୀୟଥର ପାଇଁ ମାତା-ପିତା ହେବାକୁ ଯାଉଛନ୍ତି। ଏହି ଖୁସି ମଧ୍ୟରେ ଦୁହେଁ ସୋସିଆଲ୍ ମିଡିଆରେ ନିଜ ମ୍ୟାଟର୍ନିଟି ଫଟୋଶୁଟ୍‌ର କିଛି ସୁନ୍ଦର ଝଲକ ସେୟାର କରିଛନ୍ତି। କିନ୍ତୁ ଏହି ଫଟୋଶୁଟ୍‌ରେ ମମ୍ମି ଦୀପିକା କିମ୍ବା ପାପା ରଣଭୀର ନୁହେଁ, କୁନି ଦୁଆ ହିଁ ଚୋରି କରନେଇଛି ସମସ୍ତଙ୍କ ହୃଦୟ!

ତେବେ ଦୁଆଙ୍କ ଦ୍ୱିତୀୟ ଜନ୍ମଦିନ ଅବସରରେ ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିଥିଲା। ପରିବାରର ଏହି ଖାସ ମୁହୂର୍ତ୍ତରେ ଅଭିନେତ୍ରୀ ଦୀପିକା ତାଙ୍କ ବେବିବମ୍ପ୍ ସହ ନଜର ଆସିଥିବା ବେଳେ ଦୁଆଙ୍କ ନିରୀହ ଅନ୍ଦାଜ କିନ୍ତୁ ଫ୍ୟାନ୍ସଙ୍କ ମନ ଜିତିନେଇଛି।

ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି, ଦୁଆ ଦୀପିକାଙ୍କ ଭଳି ଦେଖାଯାଉଛନ୍ତି ନା ରଣଭୀରଙ୍କ ଭଳି? ଅନେକ ଫ୍ୟାନ୍ସ ଦୁଆଙ୍କୁ ରଣଭୀରଙ୍କ ‘ଛୋଟ ଟ୍ୱିନ୍’ ଏବଂ ତାଙ୍କ ବାପାଙ୍କ ଛୋଟ ପ୍ରତିଛବି ବୋଲି କହୁଛନ୍ତି। କେହି କେହି ରଣଭୀରଙ୍କ ପିଲାଦିନର ଫଟୋ ସହ ଦୁଆଙ୍କ ଚେହେରାର ସମାନତା ନେଇ ମଧ୍ୟ ଆଲୋଚନା କରୁଛନ୍ତି। ଯେଉଁଥିରେ ଦୁଆ ଛୋଟ ରଣଭୀରଙ୍କ ଫିମେଲ୍ ଭର୍ସନ୍ ପରି ଦେଖାଯାଉଛନ୍ତି । ଯାହା ଏବେ ଇଣ୍ଟନେଟର ମନ କିଣୁଛି । ସବୁଠି ଏହି ଫଟୋ ଗୁଡିକ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ପୋଷ୍ଟରେ ଦୀପିକା-ରଣଭୀର ଲେଖିଛନ୍ତି ଯେ, ବେବି ଦୁଆ ବଡ ହେବା ସହ ସେମାନଙ୍କ ହୃଦୟରେ ଭଲପାଇବା ମଧ୍ୟ ଆହୁରି ବଢ଼ୁଛି ଏବଂ ଫ୍ୟାନ୍ସଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ସେମାନେ କୃତଜ୍ଞ।

ତେବେ ଯଦି କାମ କଥା ଦେଖିବା, ଦୀପିକା ମଧ୍ୟ ନିଜ ଫିଲ୍ମ ପ୍ରୋଜେକ୍ଟ ନେଇ ସକ୍ରିୟ ଅଛନ୍ତି। ସେ ସିଦ୍ଧାର୍ଥ ଆନନ୍ଦଙ୍କ ‘କିଙ୍ଗ’ ଫିଲ୍ମରେ ଶାହରୁଖ ଖାନ୍ ଓ ସୁହାନା ଖାନ୍‌ଙ୍କ ସହ ନଜର ଆସିବେ। ଏହାଛଡ଼ା ଅଲ୍ଲୁ ଅର୍ଜୁନଙ୍କ ସହ ଏଟଲିଙ୍କ ସାଇନ୍ସ-ଫିକ୍ସନ୍ ଆକ୍ସନ୍ ଫିଲ୍ମ ‘ରାକା’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ଅନ୍ୟପଟେ ରଣଭୀର ମଧ୍ୟ ନିଜ ଆଗାମୀ ଫିଲ୍ମ ‘ପ୍ରଳୟ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ରିପୋର୍ଟ ଅନୁସାରେ, ଶୁଟିଂର ଏକ ଅଂଶ ଶେଷ କରି ପରିବାର ସହ ସମୟ ବିତାଇବାକୁ ସେ କିଛି ସମୟ ପାଇଁ ପିତୃତ୍ୱ ଛୁଟି ନେଇପାରନ୍ତି।

Leave A Reply

Your email address will not be published.