Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍‌କ ବର୍ଥ ବିକାଶ ପାଇଁ ଲେଟର୍‌ ଅଫ୍‌ ଆୱାର୍ଡ ହାସଲ କଲା ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌

ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ପରିବହନ ଅପରେଟର ଆଦାନୀ ପୋର୍ଟସ୍ ଆଣ୍ଡ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ (APSEZ) ସର୍ବୋଚ୍ଚ ବିଡ୍ର ଭାବରେ ଉଭା ହୋଇଛି। ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍‌କ ବର୍ଥର ବିକାଶ ଏବଂ ପରିଚାଳନା ପାଇଁ ପୁରସ୍କାର ପତ୍ର (LoA) ପାଇଛି। ସିକ୍ୟୁ-୧ ଓ ସିକ୍ୟୁ-୨ ବର୍ଥ ବିକାଶ କରିବା ପାଇଁ ଲେଟର୍‌ ଅଫ୍‌ ଆୱାର୍ଡ ହାସଲ କରିଥିବା କମ୍ପାନି କହିଛି।

ଏହାଦ୍ବାରା ବନ୍ଦରରେ ୧୮ ନିୟୁତ ଟନ୍‌ ପଣ୍ୟ ପରିଚାଳନା କ୍ଷମତା ଯୋଡ଼ିହେବ। ୩୦ ବର୍ଷିଆ ରିହାତି ଅବଧିରେ ଏଥିପାଇଁ କାର୍ଯ୍ୟବରାଦ ଦିଆଯିବ। ଏହାକୁ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେବିକାଶ କରାଯିବ।ପାରାଦୀପ ବନ୍ଦରର ବର୍ଥ ପ୍ରକଳ୍ପ ହାସଲ କରିବା ଦ୍ବାରା ପୂର୍ବ ଭାରତରେ ଥିବା ସମସ୍ତ ପ୍ରମୁଖ ବନ୍ଦରରେ ଆଦାନୀ ଗ୍ରୁପ୍‌ ନିଜର ଉପସ୍ଥିତି ଜାହିର କରିପାରିଛି।

ଓଡ଼ିଶାର ଅନ୍ୟ ଦୁଇ ପ୍ରମୁଖ ବନ୍ଦର ଭଦ୍ରକର ଧାମରା ଓ ଗଞ୍ଜାମର ଗୋପାଳପୁର ବନ୍ଦର ସମେତ ପଶ୍ଚିମବଙ୍ଗର ହଲଦିଆ ଓ ଆନ୍ଧ୍ରପ୍ରଦେଶର ଗଙ୍ଗାଭରମ ବନ୍ଦରରେ ଆଦାନୀ ଗ୍ରୁପ୍‌ର ଉପସ୍ଥିତି ରହିଛି। ପାରାଦୀପ ବନ୍ଦରରେ କମ୍ପାନୀ ଯାନ୍ତ୍ରିକ ପଣ୍ୟ ପରିଚାଳନା ବ୍ୟବସ୍ଥା, ଗଭୀର ଡ୍ରାଫ୍ଟ ବର୍ଥ ଏବଂ କୋଇଲା, ଚୂନପଥର ଓ ଅନ୍ୟାନ୍ୟ ଶୁଖିଲା ସାମଗ୍ରୀ ପରିଚାଳନା ପାଇଁ ବୃହତ ସଂରକ୍ଷଣ ଭିତ୍ତିଭୂମି ନିର୍ମାଣ କରିବ। ଏହି ପ୍ରକଳ୍ପ ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପ ଓ ଖଣିଜ ସମ୍ପଦ ସମୃଦ୍ଧ ସ୍ଥାନରେ ଆମ ଉପସ୍ଥିତିକୁ ସୁଦୃଢ଼ କରିବ ବୋଲି ଏପିଏସ୍‌ଇଜେଡ୍‌ର ସିଇଓ ଅଶ୍ବିନୀ ଗୁପ୍ତା କହିଛନ୍ତି।

Leave A Reply

Your email address will not be published.