Latest Odisha News

BREAKING NEWS

ସୁପରହୀରୋ ହେବେ ଅମୀର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର୍ ପରଫେକ୍ସନିଷ୍ଟ ଅମୀର ଖାନ୍ ଏବେ ଏକ ସୁପରହିରୋ ଫିଲ୍ମରେ ନଜର ଆସିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ପ୍ରଜେକ୍ଟ ପାଇଁ ସେ ନିଜର ପୁରୁଣା ବନ୍ଧୁ ତଥା ପ୍ରଯୋଜକ ସାଜିଦ୍ ନାଡିଆଡୱାଲା ଏବଂ ନିର୍ଦ୍ଦେଶକ ଆର. ବାଲ୍କିଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଆମିର ଏହି ସୁପରହିରୋ ଫିଲ୍ମ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି । ଫିଲ୍ମର ସ୍କ୍ରିପ୍ଟ ଲେଖାକାର‌୍ୟ୍ୟ ଦ୍ରୁତ ଗତିରେ ଚାଲିଛି। ଆମିର ସାଧାରଣତଃ ପୂର୍ଣ୍ଣାଙ୍ଗ ସ୍କ୍ରିପ୍ଟ ପସନ୍ଦ ଆସିବା ପରେ ହିଁ ଫିଲ୍ମରେ କାମ କରିବା ପାଇଁ ହଁ ଭରନ୍ତି, ତେଣୁ ସ୍କ୍ରିପ୍ଟ ଓ ବିଜନ୍ ଫାଇନାଲ୍ ହେବା ପରେ କଥାବାର୍ତ୍ତା ଆଗକୁ ବଢ଼ିବ ।

ଯଦି ସବୁକିଛି ଠିକ୍ ରହେ, ତେବେ ଅମୀର ଖାନ୍ ଏବଂ ସାଜିଦ୍ ନାଡିଆଡୱାଲା ପ୍ରଥମ ଥର ପାଇଁ ଏକାଠି କୌଣସି ଫିଲ୍ମ ପ୍ରଜେକ୍ଟରେ କାମ କରିବେ । ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶନାରେ ଲଲକାରା ପିରିୟଡ୍ ସ୍ପୋର୍ଟସ୍ ଡ୍ରାମା ଫିଲ୍ମର ସୁଟିଂ ନଭେମ୍ବର ୨୦୨୬ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ନିର୍ଦ୍ଦେଶକ ରାଜକୁମାର ହିରାଣୀ ଏହାର ସିକ୍ୱେଲ୍ ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି। ଏହି ଫିଲ୍ମର କାହାଣୀ ପ୍ରଥମ ଭାଗର ୧୫-୨୦ ବର୍ଷ ପରର ହେବ ଏବଂ ଏଥିରେ ପୁଣିଥରେ ଆମିର ଖାନ୍, ଆର. ମାଧବନ୍ ଓ ଶରମନ୍ ଯୋଶୀଙ୍କ ତ୍ରିମୂର୍ତ୍ତିଙ୍କୁ ଦେଖିବାକୁ ମିଳିବ।

Leave A Reply

Your email address will not be published.