Latest Odisha News

BREAKING NEWS

ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଭାରତରେ ମୋଟରସ୍ପୋର୍ଟସର ପୁନରୁଦ୍ଧାର ଏବଂ ବିକାଶ ସହ ଫର୍ମୂଲା ୱାନ ପୁଣି ଥରେ ଦେଶକୁ ଫେରାଇ ଆଣିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏକ ୧୦ ଜଣିଆ ବିଶିଷ୍ଟ ‘ଟାସ୍କ ଫୋର୍ସ’ ଗଠନ କରାଯାଇଛି । ନୀତି ଆୟୋଗର ପ୍ରୋଗ୍ରାମ ଡାଇରେକ୍ଟର ଯୁଗଳ କିଶୋର ଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠିତ ହୋଇଛି । ଏଥିରେ ଜଏଣ୍ଟ ସେକ୍ରେଟାରୀ କୁନାଳ, ବାଣିଜ୍ୟ ଏବଂ ପର‌୍ୟ୍ୟଟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଜଏଣ୍ଟ ସେକ୍ରେଟାରୀ), ବୁଦ୍ଧ ଏବଂ  ମାଡ୍ରାସ  ଇଣ୍ଟରନ୍ୟାସନାଲ ସର୍କିଟର ପ୍ରତିନିଧି, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ପ୍ରତିନିଧି, ଏଫଏମଏସସିଆଇ ପ୍ରତିନିଧି ଏବଂ ଜଣେ ବୈଷୟିକ ବିଶେଷଜ୍ଞ  ସାମିଲ ଅଛନ୍ତି ।

କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ କହିବା ଅନୁଯାୟୀ, ଦେଶରେ ମୋଟରସ୍ପୋର୍ଟସର ବର୍ତ୍ତମାନର ସ୍ଥିତି ଓ ଭିତ୍ତିଭୂମିର ଆକଳନ କରିବା ଏହି ଟାସ୍କ ଫୋର୍ସର ମୁଖ୍ୟ ଉଦ୍ଦେଶ୍ୟ । ତେବେ ପୂର୍ବରୁ ଯେଉଁ ଟିକସ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଫର୍ମୁଲା-ୱାନ୍ ଭାରତରୁ ବନ୍ଦ ହୋଇଯାଇଥିଲା, ସେହି ଆଇନଗତ ଓ ଟିକସ ସମସ୍ୟାର ସମାଧାନ ବାଟ ଖୋଜିବା ଏହି କମିଟି ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ । ଏହି ଟାସ୍କ ଫୋର୍ସ ମୋଟରସ୍ପୋର୍ଟସର ନିରନ୍ତର ବିକାଶ ପାଇଁ ନୀତିଗତ ପରିବର୍ତ୍ତନ, ଆବଶ୍ୟକୀୟ ଭିତ୍ତିଭୂମି, ଏବଂ ବଡ଼ ଇଭେଣ୍ଟ ଆୟୋଜନ ଦ୍ୱାରା ଅର୍ଥନୀତି, ପର‌୍ୟ୍ୟଟନ ଓ ନିବେଶ କ୍ଷେତ୍ରରେ ହେବାକୁ ଥିବା ଫାଇଦା ସମ୍ପର୍କରେ ସମୀକ୍ଷା କରିବ । ଏହାସହ ୨୦୨୮ ଫର୍ମୂଲା ୱାନ ଗ୍ରାଁ ପ୍ରି କିପରି ଆୟୋଜିତ ହେବ ସେ ନେଇ ଉଦ୍ୟମ କରିବ ।

Leave A Reply

Your email address will not be published.