Latest Odisha News

BREAKING NEWS

ଗଞ୍ଜାମ ତାରାତାରିଣୀ ପୀଠରେ ଅଘଟଣ; ଭକ୍ତଙ୍କୁ ଖଣ୍ଡାରେ ଆକ୍ରମଣ କଲେ ସେବାୟତ

ବ୍ରହ୍ମପୁର: ବ୍ରହ୍ମପୁର ଋଷିକୂଲ୍ୟା ନଦୀକୂଳରେ ଥିବା ମାଁ ତାରା ତାରିଣୀଙ୍କ ପୀଠରେ ମଙ୍ଗଳବାର ଦିନ ସେବାୟତମାନେ ଦୁଇ ଭକ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଭକ୍ତ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ରାହୁଲ ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ନୂଆ କାରର ପୂଜା କରିବା ପାଇଁ ତାରା ତାରିଣୀ ପୀଠ ଆସିଥିଲେ । ପୂଜା ପରେ ସେବାୟତ ଋଷି ଓ ରାଜେନ୍ଦ୍ର ଦକ୍ଷିଣା ସ୍ୱରୂପ ରାହୁଲଙ୍କ ଠାରୁ ୫ହଜାର ଟଙ୍କା ମାଗିଥିଲେ । ସେ ଦକ୍ଷିଣା ଦେବାକୁ ମନା କରିବାରୁ ତାଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସେବାୟତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ସେହି ସମୟରେ ସୁଦାମ ମହାରଣା ନାମକ ଜଣେ ଭକ୍ତ ସେଥିରେ ହସ୍ତକ୍ଷେପ କରିବାରୁ ସେ ମଧ୍ୟ ଆହତ ହୋଇଛନ୍ତି ।

ଗୁରୁତର ଆହତ ହୋଇଥିବା ଦୁଇ ଜଣ ଭକ୍ତ ପ୍ରଥମେ ପୁରୁଷୋତ୍ତମପୁର ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା । ପରେ ତାଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ସେବାୟତଙ୍କୁ ଅଟକ ରଖି ପଚରାଉଚୁରା କରିଛି ।

Leave A Reply

Your email address will not be published.