Latest Odisha News

BREAKING NEWS

Flight Scare: ଆକାଶରେ ହଠାତ୍‌ ଥରିଲା ଫ୍ଲାଇଟ୍‌, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍‌…ତା’ ପରେ କିଛି ଏମିତି ହେଲା…

ମୁମ୍ବାଇ: ଅଭିନେତ୍ରୀ ତଥା ଗାୟିକା ଶେହନାଜ ଗିଲଙ୍କ ଫ୍ଲାଇଟ୍‌ ଯାତ୍ରା ବେଳେ ହଠାତ୍‌ ଟର୍ବୁଲେନ୍ସ ଯୋଗୁଁ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆକାଶରେ ବିମାନ ହଠାତ୍‌ ହଲଚଲ ହେବାରୁ ଶେହନାଜ ଭୟଭୀତ ହୋଇପଡ଼ିଥିଲେ। ସେହି ସମୟରେ ସେ ବାରମ୍ବାର ‘ୱାହେଗୁରୁ’ଙ୍କ ନାମ ଜପୁଥିବା ଶୁଣିବାକୁ ମିଳିଥିଲା।

ଶେହନାଜ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଯାତ୍ରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଟର୍ବୁଲେନ୍ସ ସମୟରେ ବିମାନ ଭିତରର ଦୃଶ୍ୟ ଦେଖାଯାଇଛି। ଏହି ପୋଷ୍ଟରେ ଶାହନାଜ ଲେଖିଛନ୍ତି ଯେ, ଆଜି ବହୁତ କଷ୍ଟରେ ବଞ୍ଚିଲୁ ଏବଂ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିବାରୁ ସେ ୱାହେଗୁରୁଙ୍କ ପ୍ରତି କୃତଜ୍ଞ।

ଏହି ଫ୍ଲାଇଟ୍‌ରେ ଶେହନାଜଙ୍କ ଭାଇ ଶହବାଜ ବଦେଶା ମଧ୍ୟ ତାଙ୍କ ସହ ଥିଲେ। ଟର୍ବୁଲେନ୍ସ ପରେ ବିମାନଟି ଶେଷରେ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ନାହିଁ। ବାୟୁପ୍ରବାହରେ ହଠାତ୍‌ ପରିବର୍ତ୍ତନ କିମ୍ବା ଅସ୍ଥିରତା ହେଲେ ବିମାନରେ ଏଭଳି ଝଟକା ଅନୁଭୂତ ହୋଇପାରେ। ଏଭଳି ସମୟରେ ଯାତ୍ରୀଙ୍କୁ ସିଟ୍‌ବେଲ୍ଟ ବାନ୍ଧି ରଖିବାକୁ କ୍ରୁ ପକ୍ଷରୁ ପରାମର୍ଶ ଦିଆଯାଏ।

ବିଗ୍‌ ବସ୍‌ ୧୩ରୁ ଶେହନାଜ ଦେଶବ୍ୟାପୀ ଲୋକପ୍ରିୟତା ପାଇଥିଲେ। ପରେ ଅଭିନୟ ସହ ଗୀତ ଓ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ସକ୍ରିୟ ରହିଛନ୍ତି। ନିକଟରେ ସେ ‘ଇଶ୍କନାମା’ ରେ ନଜର ଆସିଥିଲେ। ଏହାଛଡ଼ା ଗିପ୍ପି ଗ୍ରେୱାଲଙ୍କ ସହ ‘ସିଂହ ବନାମ କୌର ୨’ରେ ମଧ୍ୟ କାମ କରିଛନ୍ତି।

ଆଗାମୀ ଦିନରେ ଶେହନାଜ ଗିଲ୍‌, ଦିଲଜିତ ଦୋସାଞ୍ଜ ଓ ସୋନମ ବାଜୱାଙ୍କ ସହ ‘ରନ୍ନା ଚ ଧନ୍ନା’ରେ ନଜର ଆସିବେ। ଫିଲ୍ମଟି ୨୦୨୭ରେ ରିଲିଜ୍‌ ହେବାର ଯୋଜନା ରହିଛି।

Leave A Reply

Your email address will not be published.