Latest Odisha News

BREAKING NEWS

ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ୍ ଗୁରୁବାର, ୧୭ ସେପ୍ଟେମ୍ବରରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର‌୍ୟ୍ୟବଂଶୀଙ୍କୁ ନେଇ ସଞ୍ଜୁ ସାମସନ ଦେଇଥିବା ବୟାନ ଏବେ ପ୍ରଶଂସକଙ୍କ ମନ ଜିଣୁଛି ।  ଦ୍ୱିତୀୟ ଟି୨୦ରେ ୨୨ ବଲ୍‌ରୁ ୫୭ ରନ୍‌ର ବିସ୍ଫୋରକ ପାଳି ଖେଳିବା ପରେ ସଞ୍ଜୁ ସାମସନ କହିଛନ୍ତି ଯେ, ଭାରତୀୟ ଦଳକୁ ଚଳାଇବା ସହଜ କାମ ନୁହେଁ । ଯଦି ଜଣେ ୧୫ ବର୍ଷର ଖେଳାଳି ୭୦୦-୮୦୦ ରନ୍ ବନାଇ ଦିଏ, ତେବେ ତାଙ୍କର ଦାବି ମଜବୁତ ହୁଏ । ମୁଁ ଟି୨୦ ବିଶ୍ୱକପ୍ ଏବଂ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିଲି, କିନ୍ତୁ ଏହା ପରେ ସୂର‌୍ୟ୍ୟବଂଶୀ ମଧ୍ୟ ଚମତ୍କାର ଖେଳ ଦେଖାଇଛନ୍ତି ।

ଯଦି ମୁଁ ୨-୩ଟି ମ୍ୟାଚ୍‌ରେ ଭଲ ନ କରେ, ତେବେ ଅଧିନାୟକ ଓ ଲିଡରସିପ୍ କ’ଣ ଭାବୁଥିବେ ତାହା ମୁଁ ବୁଝିପାରୁଛି । ମୁଁ ନିଜେ ଆଇପିଏଲ୍‌ରେ ଅଧିନାୟକ ଭାବେ ଏଭଳି କଠିନ ନିଷ୍ପତ୍ତି ନେଇଛି, ତେଣୁ ଏହି ସ୍ଥିତିକୁ ସହଜରେ ବୁଝିପାରୁଛି ।  ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନିଂରେ ଭଲ ଫର୍ମରେ ଥିବାରୁ ବୈଭବଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବେଞ୍ଚରେ ବସିବାକୁ ପଡ଼ିଥିଲା । ଏସିଆନ୍ ଗେମ୍ସ ପୂର୍ବରୁ ଏହା ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ହୋଇଥିବାରୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ସୁଯୋଗ ଦେଇପାରେ, କିନ୍ତୁ କାହା ସ୍ଥାନରେ ସୁଯୋଗ ମିଳିବ ତାହା ବଡ଼ ପ୍ରଶ୍ନ ।

Leave A Reply

Your email address will not be published.