Latest Odisha News

BREAKING NEWS

ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….

କଟକ: ନଦୀକୁ ଡେଇଁ ଆତ୍ମହତ୍ୟା ମାମଲା କ୍ରମଶଃ ବଢିବାରେ ଲାଗିଛି । କେନ୍ଦ୍ରାଞ୍ଚଳ ରେଞ୍ଜ,ଉତ୍ତରାଞ୍ଚଳ ରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜରେ ଗତ ୫ବର୍ଷରେ ୧୫୧ରୁ ଅଧିକ ଲୋକ ନଦୀ, ନାଳ, ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମାତ୍ର ୩୫ଜଣଙ୍କୁ ଉଦ୍ଧାର କରାଯାଇଛି। ୧୧୬ଜଣଙ୍କ ମୃତ୍ୟୁ ହୋଇଛି। ଏପଟେ ୨୦୨୧ରୁ ୨୦୨୬ ମଧ୍ୟରେ ଟୁଇନ୍‌ ସିଟିରେ ନଦୀକୁ ଡେଇଁ ୫୫ଜଣଙ୍କ ଜୀବନ ଯାଇଛି।

୫ବର୍ଷରେ କଟକ ଅଗ୍ନିଶମ ବିଭାଗ ଅଧୀନରେ ୧୨ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୯ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ୱର ଅଗ୍ନିଶମ ସର୍କଲରେ ୫୧ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୪୬ଜଣଙ୍କର ମୃତ୍ୟୁ ହୋଇଛି। ଏହା ଅଗ୍ନିଶମ ବିଭାଗ ଏବଂ ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।

ବିଶେଷକରି କଟକ ଯୋବ୍ରା, ପୁରୀଘାଟ, ମଙ୍ଗଳାବାଗ, ତାଳଦଣ୍ଡା କେନାଲ, ଖାନ୍‌ନଗର ଆଦି ଅଞ୍ଚଳରେ ନଦୀରେ ବୁଡ଼ି ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି।

ବିଶେଷଜ୍ଞଙ୍କ ମତରେ ପାରିବାରିକ ଅଶାନ୍ତି, ପ୍ରେମ ଓ ପ୍ରତାରଣାକୁ କେନ୍ଦ୍ର କରି ଆତ୍ମହତ୍ୟ ଘଟଣା ଅଧିକ ଘଟୁଛି। ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.