Latest Odisha News

BREAKING NEWS

First Snowfall: ଆଖି ଯୁଆଡ଼େ ଚାହିଁବ…ସିଆଡ଼େ ମନ ମୋହିବ ଦୃଶ୍ୟ! କାଶ୍ମୀରର ଗୁରେଜ-ତୁଲାଇଲରେ ଋତୁର ପ୍ରଥମ ବରଫବର୍ଷା, ଭାଇରାଲ ହେଉଛି ଭିଡିଓ

ଶ୍ରୀନଗର: କାଶ୍ମୀରରେ ଶୀତ ଆସିବାର ଆଗୁଆ ସଙ୍କେତ ମିଳିଛି। ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ଉପତ୍ୟକାର ଉଚ୍ଚ ଅଞ୍ଚଳରେ ଚଳିତ ଋତୁର ପ୍ରଥମ ବରଫବର୍ଷା ହୋଇଛି। ବରଫପାତ ପରେ ପୂରା ଅଞ୍ଚଳ ଧଳା ଚାଦରରେ ଢାଙ୍କି ହୋଇଯାଇଛି।

ବୁଧବାର ଗୁରେଜର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ବରଫ ପଡ଼ିଥିବା ବେଳେ, ତୁଲାଇଲ ଉପତ୍ୟକାର କାବୁଲ ଗଲି ଅଞ୍ଚଳରେ ମଧ୍ୟ ତାଜା ବରଫପାତ ହୋଇଛି। ବରଫ ପଡ଼ିବା ପରେ ପାହାଡ଼ଗୁଡ଼ିକ ଧଳା ହୋଇଯାଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଉଚ୍ଚ ଅଞ୍ଚଳରେ ବରଫପାତ ପରେ ତାପମାତ୍ରା ମଧ୍ୟ ଦ୍ରୁତ ହ୍ରାସ ପାଇଛି। କାବୁଲ ଗଲି ଭଳି ଅଧିକ ଉଚ୍ଚ ସ୍ଥାନରେ ଋତୁ ଆରମ୍ଭରେ ହିଁ ବରଫ ପଡ଼ିବା ସାଧାରଣ କଥା। ଏହାକୁ କାଶ୍ମୀରରେ ଧୀରେ ଧୀରେ ଶୀତ ଆସିବାର ସଙ୍କେତ ବୋଲି ଧରାଯାଏ। ବରଫପାତ ପରେ ତୁଲାଇଲ ଉପତ୍ୟକାର ଦୃଶ୍ୟ ଆହୁରି ସୁନ୍ଦର ହୋଇଯାଇଛି। ସବୁଜ ପାହାଡ଼ ଉପରେ ଧଳା ବରଫର ଚାଦର ପଡ଼ିବାରୁ ଅଞ୍ଚଳଟି ସମ୍ପୂର୍ଣ୍ଣ ଶୀତ ଋତୁ ଭଳି ଦେଖାଯାଉଛି।

ତେବେ ପାହାଡ଼ିଆ ଅଞ୍ଚଳରେ ପାଣିପାଗ ଦ୍ରୁତ ବଦଳୁଥିବାରୁ ସ୍ଥାନୀୟ ଲୋକ ଓ ଯାତ୍ରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ବରଫପାତ ପରେ ତାପମାତ୍ରା ଆହୁରି କମିପାରେ।

ଚଳିତ ଋତୁର ଏହି ପ୍ରଥମ ବରଫପାତ ପୁଣିଥରେ କାଶ୍ମୀରର ଆସୁଥିବା ଶୀତ ଋତୁ ଉପରେ ଲୋକଙ୍କ ନଜର ଟାଣିଛି। ଏହା ପୂର୍ବରୁ ଏପ୍ରିଲରେ ପଶ୍ଚିମା ବାୟୁର ପ୍ରଭାବରେ କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ବରଫପାତ ହୋଇଥିଲା।

Leave A Reply

Your email address will not be published.