Latest Odisha News

BREAKING NEWS

Phoolan: ଟରୋଣ୍ଟୋ ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ୍‌, ପ୍ରିମିୟରରେ “ଫୁଲନ୍‌”କୁ ପ୍ରଶଂସା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଫୁଲନ୍ ଫିଲ୍ମକୁ ଅଜସ୍ର ସମ୍ମାନ । ଚର୍ଚ୍ଚିତ ନାଁ ଫୁଲନ୍ ଦେବୀଙ୍କ ଉପରେ ଆଧାରିତ ରିଚି ମେହେଟଟ୍ଟାଙ୍କ ଫିଲ୍ମ ଫୁଲନ୍‌କୁ ବିଶ୍ୱ ପ୍ରେମିୟରରେ ମିଳିଲା ଷ୍ଟାଣ୍ଡିଂ ଓଭେସନ । ବୁଧବାର ଟରୋଂଟୋ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ରିିଚି ମେହେଟ୍ଟାଙ୍କ ଫିଲ୍ମ ଫୁଲନ୍ । ୨ହଜାରରୁ ଅଧିକ ଉପସ୍ଥିତ ଦର୍ଶକଙ୍କ ଷ୍ଟାଣ୍ଡିଂ ଓବେସନ ବା ଛିଡା ହୋଇ ସମ୍ମାନଜନକ ଅଭିବାଦନ ଫିଲ୍ମକୁ ବିଶ୍ୱ ଦରବାରରେ ପରିଚିତ କରାଇଛି । ରିଚି ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଓ ଲିଖିତ ଏହି ଫିଲ୍ମ ଆମାଜନ ଅରିଜିନାଲ ଚଳଚିତ୍ରଟି ପ୍ରିନ୍ସେସ୍ ଅଫ୍ ଉଏଲ୍ସ ଥିଏଟରରେ ଞଓୠୠର ସ୍ୱତନ୍ତ୍ର ଉପସ୍ଥାପନା ବିଭାଗରେ ପ୍ରଦର୍ଶିତ ହୋଇଥିଲା । ଏହା ଦଶ ର୍କଙ୍କୁ ଭାବବବିହହ୍ୱଳ କରିବା ସହ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇଥିଲା ।

ଏହି ଫିଲ୍ମରେ ସ୍ନେହା କୁମାରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଫିଲ୍ମ କ୍ରୀୟୁଙ୍କ ନେତୃତ୍ୱ ନେବା ସହ ଦଶ ର୍କଙ୍କ ପ୍ରଶଂସା ଓ କରତାଳିର ହକଦାର ହୋଇପାରିଛନ୍ତିା ଅଭିନେତା ଅନୁରାଗ ଠାକୁର, ଆକାଶ ଦହିୟା ଏବଂ ବିକ୍ରମ ପ୍ରତାପ ସିଂହ ମଧ୍ୟ ଚଳଚିତ୍ରରେ ପ୍ରତିନିଧିତ୍ୱ କରିଥିଲେ । ରେଡ୍ କାର୍ପେଟରେ ଲେଖକ, ନିର୍ଦ୍ଦେଶକ ତଥା ପ୍ରୟୋଜକ ରିଚି ମେହେଟ୍ଟା, ଶାରୀନ ମନ୍ତ୍ରୀ କେଡିଆ, କନଉଆଲ କୋହଲି , କିଶୋର ଅରୋରା ପ୍ରମୁଖ ଉପସ୍ଥିତ ଥିଲେ ।

ପୋଚର୍ ଠାରୁ ଆରମ୍ଭ କରି ଫୁଲନ୍ , ଆମାଜନ ଏମଜିଏମ ଷ୍ଟିଡିଓସ୍ ଏକ ପ୍ରକୃତ ସୃଜନଶୀଳ ସହୟୋଗୀ ଭାବେ କାମ କରିଆସିଛି । ଚଳଚ୍ଚିତ୍ର ନିର୍ମାତାଙ୍କ ଦୃଷ୍ଟିକୋଣକୁ ସମର୍ଥନ କରନ୍ତି ଓ ଏଭଳି କାହାଣୀକୁ ବିଶ୍ୱସ୍ତରୀୟ ମଂଚ ପ୍ରଦାନ କରନ୍ତିା ଅଡିଟୋରିଅମରେ ପ୍ରଶଂସକଙ୍କ କରତାଳି ରିଚିଙ୍କୁ ଭାବବିହ୍ୱଳ କରିପକାଇଥିଲା । ଏବଂ ସେ ଫୁଲନଙ୍କ ସ୍ୱର ଓ କାହାଣୀ ପ୍ରତି ନ୍ୟାୟ କରିଛନ୍ତି ବୋଲି ସେ କହିଛନ୍ତିା ଏହାଛଡା ଫୁଲନଙ୍କ ବିଷୟରେ ଦୁନିଆ ୟାହା ଜାଣିବାର ଥିଲା ତାହା ଦର୍ଶାଇ ପାରିଛନ୍ତି ବୋଲି କହିଛନ୍ତି ।

ଫୁଲନଙ୍କ ଉପରେ ଆଧାରିତ ଏହା ପ୍ରଥମ କାହାଣୀ ନୁହେଁ । ୧୯୯୪ରେ ବ୍ୟ।।ଣ୍ଡିଟ୍ କୁଇନ୍ ମାଧ୍ୟମରେ ଶେଖର କପୁର ଆଣିଥିଲେ ବଲିଉଡ୍ ମୁଭି । ଫିଲ୍ମରେ ସୀମା ବିଶ୍ୱାସ ଫୁଲନଙ୍କ ଭୂମିକାରେ ନଜର ଆସିଥିଲେ । ଅନ୍ୟାନ୍ୟ ଭୂମିକାରେ ନିର୍ମଳ ପାଣ୍ଡେ, ଆଦିତ୍ୟ ଶ୍ରୀବାସ୍ତବ, ଗଜରାଜ ରାଓ, ସୌରଭ ଶୁକ୍ଲା, ମନୋଜ ବାଜପେୟୀ ପ୍ରମୁଖ ନଜର ଆସିଥିଲେ । ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଫିଲ୍ମ । ଫିଲ୍ପକୁ ନେଇ ବିବାଦ ଦେଖାଦେଇଥିଲା । ଫୁଲନ୍ ନିଜେ ଏହି ଫିଲ୍ମର ରିଲିଜ୍‌କୁ ବିରୋଧ କରିଥିଲେ ।  ୮୦ ଓ ୯୦ ଦଶକରେ ଫୁଲନ୍ ଦେବୀ ବ୍ୟାଣ୍ଡିଟ୍ କୁଇନ୍ ଭାବେ ଲୋକପ୍ରୀୟ ଥିଲେ । ଭାରତୀୟ ଲୋକପ୍ରୀୟ ସଂସ୍କୃତିର ଜଣେ ଚର୍ଚ୍ଚିତ ବ୍ୟକ୍ତିତୃ ଥିଲେ । ଜଣେ ଡକାୟତରୁ ସାଂସଦ ହେବାର ଜୀବନ ଯାତ୍ରା ଥିଲା ଖୁବ୍ ସଂଘର୍ଷପୂଣ୍ଣ ।

Leave A Reply

Your email address will not be published.