ଭୁବନେଶ୍ୱର: ସାମ୍ନାକୁ ଆସିଛି ମନ୍ତ୍ରୀଙ୍କ ସମ୍ପତି ତାଲିକା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ସହ ତିନିଟି ବନ୍ଧୁକ ରଖିଥିବା ପ୍ରକାଶ କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷା ପାଇଁ ନୁହେଁ ବରଂ ସୌଖୀନ ପାଇଁ ବନ୍ଧୁକ ରଖିଛନ୍ତି । ଛାତ୍ର ଅବସ୍ଥାରୁ ସେ ବନ୍ଧୁକ ରଖିଆସିଛନ୍ତି । ରାଜନୀତି ସହ ବ୍ୟବସାୟ କରିବା ଭୁଲ ନୁହେଁ । ଆଇନ୍ ବ୍ୟବସ୍ଥାରେ ଭିତରେ ବନ୍ଧୁକ ରଖିଛି ବୋଲି ନବ ଦାସ କହିଛନ୍ତି । ନିଜ ସମ୍ପତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଧାୟକ ହେବା ପୂର୍ବରୁ ଦିଲ୍ଲୀ ଓ ଭୁବନେଶ୍ୱରରେ ତାଙ୍କର ଘର ରହିଛି ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଛି ମନ୍ତ୍ରୀଙ୍କ ତାଲିକା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଜାରି କରାଯାଇଛି । ତେବେ ସମ୍ପତି ତାଲିକାର ତଥ୍ୟ ଅନୁସାରେ ନବ ଦାସଙ୍କ ସମ୍ପତି ସହ ବନ୍ଧୁକ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ପାଖରେ ରହିଛି ୨ଟି ରିଭଲବର ଓ ଗୋଟିଏ ରାଇଫଲ । ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାଖରେ ନଗଦ ୧୩.୭୧ ଲକ୍ଷ ଟଙ୍କା, ପତ୍ନୀ ମିନତୀ ଦାସଙ୍କ ପାଖରେ ୧୪.୮୦ ଲକ୍ଷ ଟଙ୍କା, ପୁଅ ବିଶାଳଙ୍କ ପାଖରେ ୩ ଲକ୍ଷ ଟଙ୍କା ଓ ଝିଅ ଦୀପାଳିଙ୍କ ପାଖରେ ୨.୦୭ ଲକ୍ଷ ଟଙ୍କା ରହିଛି । ଏହପରି ଭାବେ ମନ୍ତ୍ରୀଙ୍କ ସମ୍ପତି ପ୍ରାୟ ୩୨ ଲକ୍ଷ ଟଙ୍କା ରହିଛି । ଏଥିସହ ପ୍ରାୟ ୧ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟିରୁ ଅଧିକ ସ୍ଥାୟୀ ଜମା ରହିଛି ।
BREAKING NEWS
- ନୀଳାଚଳ ସାରସ୍ୱତ ସଙ୍ଘର ୭୪ତମ ଭକ୍ତ ସମ୍ମିଳନୀ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- ବିନା ଶୋଭାଯାତ୍ରାରେ ପ୍ରାର୍ଥୀ ପତ୍ର ଦାଖଲ କଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକ
- ସୁଶାନ୍ତ ନା ଇରାଶିଷ, କାହାକୁ ଭରସା କରିବ ଭଟଲି?
- ଟିକେଟ କାଟିବା ପରେ ଅସନ୍ତୁଷ୍ଟଙ୍କ ପିଠି ଥାପୁଡଉଛି ବିଜେଡି, ତାଲିକାରେ ଯୋଡ଼ି ହେଲେ ସମୀର ଦାସ ଏବଂ ଅରୁନ୍ଧତୀ
- ଭାରତୀୟ ସେନାରେ ପ୍ରଥମ ଥର ପାଇଁ ନୂତନ ବ୍ରାଂଚରେ ମହିଳା ଅଫିସର ହେବେ ବ୍ରିଗେଡିୟର
- ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ
- ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି, ସ୍ୱାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି
- ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ
- ଦେଇଦେଲେ ତାରିଖ
- ବଢିଲା କ୍ରେଜିୱାଲଙ୍କ ଅଡୁଆ: ଆତଙ୍କବାଦୀଙ୍କଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ