ଭୁବନେଶ୍ୱର: ସାମ୍ନାକୁ ଆସିଛି ମନ୍ତ୍ରୀଙ୍କ ସମ୍ପତି ତାଲିକା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ସହ ତିନିଟି ବନ୍ଧୁକ ରଖିଥିବା ପ୍ରକାଶ କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷା ପାଇଁ ନୁହେଁ ବରଂ ସୌଖୀନ ପାଇଁ ବନ୍ଧୁକ ରଖିଛନ୍ତି । ଛାତ୍ର ଅବସ୍ଥାରୁ ସେ ବନ୍ଧୁକ ରଖିଆସିଛନ୍ତି । ରାଜନୀତି ସହ ବ୍ୟବସାୟ କରିବା ଭୁଲ ନୁହେଁ । ଆଇନ୍ ବ୍ୟବସ୍ଥାରେ ଭିତରେ ବନ୍ଧୁକ ରଖିଛି ବୋଲି ନବ ଦାସ କହିଛନ୍ତି । ନିଜ ସମ୍ପତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଧାୟକ ହେବା ପୂର୍ବରୁ ଦିଲ୍ଲୀ ଓ ଭୁବନେଶ୍ୱରରେ ତାଙ୍କର ଘର ରହିଛି ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଛି ମନ୍ତ୍ରୀଙ୍କ ତାଲିକା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଜାରି କରାଯାଇଛି । ତେବେ ସମ୍ପତି ତାଲିକାର ତଥ୍ୟ ଅନୁସାରେ ନବ ଦାସଙ୍କ ସମ୍ପତି ସହ ବନ୍ଧୁକ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ପାଖରେ ରହିଛି ୨ଟି ରିଭଲବର ଓ ଗୋଟିଏ ରାଇଫଲ । ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାଖରେ ନଗଦ ୧୩.୭୧ ଲକ୍ଷ ଟଙ୍କା, ପତ୍ନୀ ମିନତୀ ଦାସଙ୍କ ପାଖରେ ୧୪.୮୦ ଲକ୍ଷ ଟଙ୍କା, ପୁଅ ବିଶାଳଙ୍କ ପାଖରେ ୩ ଲକ୍ଷ ଟଙ୍କା ଓ ଝିଅ ଦୀପାଳିଙ୍କ ପାଖରେ ୨.୦୭ ଲକ୍ଷ ଟଙ୍କା ରହିଛି । ଏହପରି ଭାବେ ମନ୍ତ୍ରୀଙ୍କ ସମ୍ପତି ପ୍ରାୟ ୩୨ ଲକ୍ଷ ଟଙ୍କା ରହିଛି । ଏଥିସହ ପ୍ରାୟ ୧ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ଦୁଇ କୋଟିରୁ ଅଧିକ ସ୍ଥାୟୀ ଜମା ରହିଛି ।
BREAKING NEWS
- ସିଏମ ଟ୍ରଫି ୨.୦: ରେକର୍ଡ ସଂଖ୍ୟକ ଖେଳାଳିଙ୍କ ଅଂଶଗ୍ରହଣ, ଓଡ଼ିଶାର ତୃଣମୂଳ ସ୍ତରର କ୍ରୀଡ଼ା ପରିବେଶ ହେବ ସୁଦୃଢ଼
- ବିଦେଶୀ ପାଣ୍ଠି ମାମଲାରେ ନ୍ୟୁଜକ୍ଲିକ୍, ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ FIR ଏବଂ ED ମାମଲାକୁ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ
- କଂଗ୍ରେସ ବିଶ୍ବାସଘାତକତା କରିବା ପରେ ଲୋକେ NDAକୁ ଭରସା କରିଛନ୍ତି: ମୋଦୀ
- ଦିଦିଙ୍କୁ ଶକ୍ତ ଝଟକା: ଏନଡିଏ ମେଣ୍ଟରେ ସାମିଲ ହୋଇପାରନ୍ତି ଟିଏମସି ନେତ୍ରୀ ସାୟନୀ ଘୋଷ
- ବଢିଲା ସ୍ନାତକ ନାମଲେଖା ପାଇଁ ଆବେଦନ ସମୟସୀମା
- ଅନ୍ଧାରରେ ୧୪ ଖଣ୍ଡ ଗାଁ;୧୫ ଦିନ ପୂର୍ବରୁ ଝଡ଼ବର୍ଷାରେ..
- ଫିଫା ବିଶ୍ୱକପ ଫୁଟବଲ: ମେସୀ, ଆର୍ଜେଂଟିନା ଟିମର ପାସପୋର୍ଟ ଡିଟେଲ ଲିକ
- ନବୀନ ଡାକିଲେ ବଡ଼ ବୈଠକ: ଆଗାମୀ ନିର୍ବାଚନ ପାଇଁ କାମ ଆରମ୍ଭ କରିବାକୁ ଦେଲେ ପରାମର୍ଶ
- ବଢ଼ିଲା ଭାରତର ପ୍ରତିରକ୍ଷା ଶକ୍ତି: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲର ସଫଳ ପରୀକ୍ଷଣ
- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ: କ୍ୟାପିଟାଲ ଥାନାରେ ଏତଲା ଦେଲା ଗୃହ ବିଭାଗ
Comments are closed.