Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ସିରିଜ ଅଧାରୁ ବଦଳି ପାରନ୍ତି ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆଗାମୀ ଅକ୍ଟୋବର-ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଭାରତ ୫ଟି ଟି୨୦, ୫ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ତେବେ ଗସ୍ତର ଅତ୍ୟନ୍ତ ବ୍ୟସ୍ତବହୁଳ ସୂଚୀ ଓ କ୍ରମାଗତ ମ୍ୟାଚ୍ କାରଣରୁ ମଝି ସିରିଜ୍‌ରୁ ଭାରତୀୟ ଦଳକୁ ନିଜର ଅଧିନାୟକ ବଦଳାଇବାକୁ ପଡ଼ିପାରେ ବୋଲି ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଟି-୨୦ ସିରିଜ୍ ୨୨ ଅକ୍ଟୋବରରୁ ୫ଟି ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ । ୪ ନଭେମ୍ବରରୁ ୫ଟି ମ୍ୟାଚ୍‌ର ଏକଦିବସୀୟ ସିରିଜ୍‌ରେ ଶୁଭମନ ଗିଲ୍ କ୍ୟାପ୍ଟେନ୍ ଦାୟିତ୍ୱ ସମ୍ଭାଳିବେ । ସିରିଜ୍‌ର ଶେଷ ମ୍ୟାଚ୍ ୧୫ ନଭେମ୍ବରରେ ଖେଳାଯିବାକୁ ଥିବା ବେଳେ ୧୯ ନଭେମ୍ବରରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଏକଦିବସୀୟ ଏବଂ ଟେଷ୍ଟ ମ୍ୟାଚ୍ ମଧ୍ୟରେ ମାତ୍ର ୩ ଦିନ ବ୍ୟବଧାନ ରହିଛି ।

ଅଧିନାୟକ ଶୁଭମନ ଗିଲ୍, ଜସପ୍ରୀତ ବୁମରା, କେ.ଏଲ୍. ରାହୁଲ ଏବଂ ମହମ୍ମଦ ସିରାଜଙ୍କ ଭଳି ପ୍ରମୁଖ ଖେଳାଳିମାନେ ଉଭୟ ଏକଦିବସୀୟ ଏବଂ ଟେଷ୍ଟ ଦଳରେ ସାମିଲ ଅଛନ୍ତି । ଟେଷ୍ଟ ସିରିଜ୍ ପୂର୍ବରୁ ଆବଶ୍ୟକୀୟ ବିଶ୍ରାମ ନେବା ସହ ନ୍ୟୁଜିଲାଣ୍ଡ ପରିବେଶରେ ଲାଲ୍ ବଲ୍‌ରେ ଅଭ୍ୟାସ କରିବା ପାଇଁ ଗିଲ୍‌ଙ୍କ ସମେତ ଏହି ତାରକା ଖେଳାଳିମାନେ ଶେଷ ୨ଟି ମ୍ୟାଚ୍‌ରୁ ବାହାରେ ରହିପାରନ୍ତି । ଫଳରେ ଶେଷ ୨ଟି ଏକଦିବସୀୟ ମ୍ୟାଚ୍ ପାଇଁ ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ଭାରତୀୟ ଦଳର କ୍ୟାପ୍ଟେନ୍ ଦାୟିତ୍ୱ ହସ୍ତାନ୍ତର କରାଯାଇପାରେ । ଖେଳାଳିଙ୍କ ସହ କୋଚିଂ ଷ୍ଟାଫ୍ ମଧ୍ୟ ଦୁଇ ଭାଗରେ ବିଭକ୍ତ ହେବେ । ହେଡ୍ କୋଚ୍ ଗୌତମ ଗମ୍ଭୀର ତୃତୀୟ ଏକଦିବସୀୟ ପରେ ଟେଷ୍ଟ ଟିମ୍ ସହ ଯୋଗଦେଇ ପ୍ରସ୍ତୁତି ଆରମ୍ଭ କରିବେ, ଯେତେବେଳେ କି ଅନ୍ୟ ସପୋର୍ଟ ଷ୍ଟାଫ୍  ସିରିଜ୍ ଶେଷ ହେବା ପର‌୍ୟ୍ୟନ୍ତ ସୀମିତ ଓଭର ଦଳ ସହ ରହିବେ ।

Leave A Reply

Your email address will not be published.