Latest Odisha News

BREAKING NEWS

ଶହେ ଟଙ୍କା ଲାଂଚ, ୩୧ବର୍ଷ ପରେ ଜେଲ୍

ଝାଡଖଣ୍ଡ: ୧୯୯୫ରେ ଶହେ ଟଙ୍କା ଲାଂଚ ମାଗିଥିବା ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କୁ ୩୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ କଲେ ହାଇକୋର୍ଟ । ୭୫ ବର୍ଷ ବୟସରେ ଗଲେ ଜେଲ୍ ରେଳ କର୍ମଚାରୀ । ଆଇନ ଆଗରେ ସମସ୍ତେ ସମାନ । ସେ ଶହେ ଟଙ୍କା ହେଉ କି ଲକ୍ଷେ, ଲାଂଚ ନେଲେ ଦଣ୍ଡପାଇବ । ଯାହାର ପ୍ରମାଣ ମିଳିଛି ଝାରଖଣ୍ଡରୁ । ଜଣେ ଅବସରପ୍ରାପ୍ତ ରେଳ ବୁକିଂ କ୍ଲର୍କଙ୍କୁ ଲାଂଚ ନେଉଥିବା ବେଳେ ସିବିଆଇ ଧରିଥିଲା । ଏବଂ ୩୧ବର୍ଷ ପରେ ଝାଡଖଣ୍ଡ ହାଇକୋର୍ଟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଶୁଣାଇଛନ୍ତିା ହେଲେ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ବୟସ ୭୫ ବର୍ଷ ହୋଇଥିବାରୁ ଏବଂ ମାମଲା ଶୁଣାଣିରେ ଦୀର୍ଘ ସମୟ ବିଳମ୍ବ ହୋଇଥିବାରୁ ତାଙ୍କ ଜେଲ୍ ଦଣ୍ଡାଦେଶକୁ ହ୍ରାସ କରି ଗୋଟିଏ ବର୍ଷ କରିଛନ୍ତି । ଏହି ଘଟଣା ରାଂଚି ନିକଟ ହାତିଆ ରେଳ ଷ୍ଟେସନର ଏକ ନିୟମିତ ମୋଟରସାଇକେଲ୍ ବୁକିଂ ସହ ଜଡିତ । ଯେଉଁଠାରେ ମୌଯ୍ୟ ଏକ୍ସପ୍ରେସ୍ ଜରିଆରେ ହାତିଆରୁ ସମସ୍ତିପୁରକୁ ନିଜ ବାଇକ୍ ପରିବହନ ପାଇଁ ବୁକିଂ ପାଇଁ ଯାଇଥିଲେ ଜଣେ ବ୍ୟକ୍ତି । ନିର୍ଦ୍ଧାରିତ ଶୁଳ୍କ ୨୦୩ଟଙ୍କା ଥିଲା । ହେଲେ ସମ୍ପୃକ୍ତ କିରାଣୀ ଆଇନଗତ ଚାର୍ଜ ଉପରେ ଶହେ ଟଙ୍କା ଅଧିକ ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା । ଶହେ ଟଙ୍କା ଅଧିକା ଦେଲେ ହିଁ ବାଇକ୍ ଟ୍ରେନ୍‌ରେ ପରିବହନ ହୋଇପାରିବ ବୋଲି କିରାଣୀ ଜଣଙ୍କ କହିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଟଙ୍କା ନଦେଇ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ଫଳସ୍ୱରୂପ ଏକ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ଚାଲିଲା । ସମ୍ପୃକ୍ତ କିରାଣୀକୁ ଧରିବାକୁ ଜାଲ ବିଛାଇଥିଲା ସିବିଆଇା ପାଖ କୋଇଲା କମ୍ପାନୀର ଦୁଇଜଣ ସ୍ୱାଧୀନ ସାକ୍ଷୀଙ୍କୁ ଧରି ଶହେ ଟଙ୍କିଆ ନୋଟ୍‌ରେ ଫେନୋଲଫଥାଲେନ୍ ପାଉଡର ଲଗାଇ ବୁକିଂ ଅଫିସକୁ ନେଇଥିଲେ । ସେଠାରେ ସମ୍ପୃକ୍ତ କିରାଣୀ ଶହେ ଟଙ୍କା ଅଧିକ ମାଗିବାରୁ ଟଙ୍କା ଦେବା ବେଳେ ସିବିଆଇ ଆସି ଧରିଥିଲା । ଧରାପଡିବା ପରେ କିରାଣୀ ଜଣଙ୍କ ଲାଂଚ ନେଉନଥିବା କହିଥିଲେ । ଗୋଟିଏ କ୍ୟାନସଲ ଟିକେଟ୍‌ର ଦାମ୍ ୧୧୨ଟଙ୍କା ସିବିଆଇର ଏପରି ପ୍ରମାଣ ମିଥ୍ୟା ବୋଲି କିରାଣୀଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ । ଝାଡଖଣ୍ଡ ହାଇକୋର୍ଟ ସମସ୍ତ ଯୁକ୍ତି ଖାରଜ କରିବା ସହ ଧାର୍ଯ୍ୟ ଟଙ୍କା ଠାରୁ ଅଧିକ ଟଙ୍କା ମାଗିବା ଲାଂଚ ସହ ସମାନ ବୋଲି କହିଥିଲେ । ମାମଲା ଶୁଣାଣିରେ ବିଳମ୍ବ ହୋଇଛି, ଏବଂ କିରାଣୀଙ୍କ ବୟସ ୭୫ ବର୍ଷ ହେଲାଣି । ସେହି ଅନୁସାରେ ସେ ଅସୁସ୍ଥ ବି ହୋଇପଡିଲେଣି । ତେଣୁ ରାୟରେ ନରମିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ମାମଲାଟି ଟ୍ରାଏଲ କୋର୍ଟରେ ନିଷ୍ପତ୍ତି ନେବାକୁ ୯ ବର୍ଷ ଲାଗିଗଲା । ପୂର୍ବରୁ ଚାକିରୀ ହରାଇସାରିଥିଲେ ସେ । ଜରିମାନା ବି ଦେଇସାରିଥିଲେ । ଟ୍ରାଏଲ କୋର୍ଟ ଲାଂଚ ଦାବି ପାଇଁ ଗୋଟିଏ ବର୍ଷ, ସରକାରୀ କର୍ମଚାରୀ ଭାବେ ପଦବୀର ଅପବ୍ୟବହାର ପାଇଁ ଦେଢ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ଏବେ ଝାଡଖଣ୍ଡ ହାଇକୋର୍ଟ ଲାଂଚ ଦାବି ପାଇଁ ୬ ମାସ ଓ ସରକାରୀ ପଦବୀର ଅପବ୍ୟବହାର ପାଇଁ ବର୍ଷେ ଜେଲ ଦଣ୍ଡ କରିଛନ୍ତିା ଉଭୟ ଅବଧି ଏକାଠି ଚାଲିବ । ଅର୍ଥ ଗୋଟିଏ ବର୍ଷ ଜେଲରେ ରହିବେ ସମ୍ପୃକ୍ତ କିରାଣୀ ।

Leave A Reply

Your email address will not be published.