Latest Odisha News

BREAKING NEWS

ଓଡ଼ିଶା ଜନସଂଖ୍ୟାର ୮୩ % ଲୋକଙ୍କ ଜୀବନ ମାନଦଣ୍ଡରେ ପରିବର୍ତ୍ତନ ଆଣିବ ‘ମୋ ସରକାର’: ନବୀନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏବଂ ପାନୀୟ ଜଳ ବିଭାଗ ବୁଧବାର ଦିନ ‘ମୋ ସରକାର’ରେ ସାମିଲ୍ ହୋଇଛି ।

ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ହିଁ ଗ୍ରାମାଞ୍ଚଳ ଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ‘ମୋ ସରକାର’ ହିଁ ଓଡ଼ିଶା ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କ ଜୀବନ ମାନଦଣ୍ଡରେ ପରିବର୍ତ୍ତନ ଆଣିଦେଇ ପାରିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଅଧିନରେ ରାଜ୍ୟ ସରକାରଙ୍କ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟକାରୀ ହେଉଛି । ରାଜ୍ୟରେ ୨୦୧୪ ପରଠାରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଲାଗି ପକ୍କା ଘରର ସ୍ୱପ୍ନ ସାକାର ହେବାରେ ଲାଗିଛି ଏବଂ ଏହି ଯୋଜନା ଅନୁଯାୟୀ ପାଖାପାଖି ୨୫ ଲକ୍ଷ ଗୃହ ନିର୍ମାଣ ଶେଷ ହୋଇପାରିଛି ।

ରାଜ୍ୟ ଜନସଂଖ୍ୟାର ୬୫ ପ୍ରତିଶତ ଜନସାଧାରଣଙ୍କ ନିକଟରେ ପାଇପ୍ ଜଳ ଯୋଗାଣ ପହଁଚିପାରିଛି । ଆଗାମୀ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଜନସାଧାରଣ କିପରି ପାନୀୟ ଜଳ ସହିତ ଜଳ ଯୋଗାଣ ପହଞ୍ଚିପାରିବାର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ସମସ୍ତ ପରିବାରକୁ ପକ୍କା ଘର ପାଇବା ପରି ବିଜୁ ବାବୁଙ୍କର ସ୍ୱପ୍ନ ସାକାର ହେବାରେ ଲାଗିଛି । ଜନହିତ ଲାଗି କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ସଫଳ ରୂପାୟନ ନେଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ ଏବଂ ପିଆର ଏଣ୍ଡ ଡିଡବ୍ଲ୍ୟୁ ବିଭାଗର ପ୍ରମୁଖ ସଚିବ ଡିକେ ସିଂହ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.