Latest Odisha News

BREAKING NEWS

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ବାପା ମୃତ, ପୁଅ ଗୁରୁତର

ବାଲେଶ୍ବର:ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ, ଅନ୍ୟଜଣେ ଗୁରୁତର । ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳରେ ଏହି ଅଘଟଣ ଘଟିଛି । ବାପା ଗଜେନ୍ଦ୍ର ସିଂଙ୍କର ମୃତ୍ୟୁ ଘଟିଥିଲାବେଳେ ସିପୁନ ଗୁରୁତର ହୋଇଛନ୍ତି ।

ଲଗାଣ ବର୍ଷା ଯୋଗୁ ରେମୁଣା ଥାନା ଅନ୍ତର୍ଗତ ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି । କାନ୍ଥ ତଳେ ଖରିଦମୁଖୁରା ଗ୍ରାମର ଗଜେନ୍ଦ୍ର ସିଂ (୬୫) ଓ ତାଙ୍କ ପୁଅ ସିପୁନ ଚାପି ହୋଇ ଯାଇଥିଲେ । ପରିବାର ଲୋକେ ତଥା ଗାଁ ଲୋକେ ମିଶି ଉଭୟଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ଡାକ୍ତର ଗଜେନ୍ଦ୍ର ସିଂଙ୍କ ମୃତ ଘୋଷଣା କରିଥିଲେ । ଏପଟେ ସିପୁନଙ୍କ ଅବସ୍ଥା ଗୁରୁତର ରହିଛି । ଏ ସମ୍ପର୍କରେ ଖବର ପାଇ ରେମୁଣା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଶବ ବ୍ୟବଚ୍ଛେଦ କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ବତୁରି ହଠାତ୍‌ ଭୁଶୁଡ଼ି ପଡ଼ିଥିବା ପରିବାର ଲୋକେ କହିଛନ୍ତି ।

Leave A Reply

Your email address will not be published.