Latest Odisha News

BREAKING NEWS

ଜେଲରୁ ଆଜୀବନ କଏଦୀ ଫେରାର;ଡବଲ୍‌ ମର୍ଡର ମାମଲାରେ ଦୋଷୀ

ଖୁଣ୍ଟୁଣୀ:କଟକ ଜିଲ୍ଲା ଖୁଣ୍ଟୁଣୀସ୍ଥିତ ଆଦର୍ଶ କାରାଗାରରୁ ଆଜୀବନ ଦଣ୍ଡ ଭୋଗୁଥିବା ସୁନିଲ ଜେନା ଫେରାର ହୋଇଛନ୍ତି । ଗୁରୁବାର ସକାଳେ ଫେରାର୍ ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା।

ସୂଚନାନୁସାରେ, ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଯାଜପୁର ଜେଲ୍‌ରେ ଥିଲା। ଗତ ଏପ୍ରିଲ୍‌ ମାସରେ ତାକୁ ଯାଜପୁରରୁ ଖୁଣ୍ଟୁଣୀ ଅଣାଯାଇଥିଲା। ଆଜି ସକାଳେ କଏଦୀମାନଙ୍କର ରୋଲ୍‌ କଲ୍‌ ଶେଷ ହେବା ପରେ ସୁନିଲ ଗୋଡ଼ ଦରଜ ଥିବା ବାହାନା କରି ଜେଲ୍‌ ହସ୍ପିଟାଲ୍‌କୁ ଯିବା ପାଇଁ ଅନ୍ୟମାନଙ୍କୁ କହିଥିଲା। ହେଲେ ସେ ହସ୍ପିଟାଲ୍‌କୁ ଯିବା ବଦଳରେ ମୁଖ୍ୟ ଗେଟ୍‌ ଆଡ଼କୁ ଯାଇଥିଲା। ପ୍ରବଳ ବର୍ଷା‌ ହେଉଥିବାରୁ ଗେଟ୍‌ ପାଖରେ ଗାର୍ଡମାନେ ନଥିଲେ।ଏହାର ସୁଯୋଗ ନେଇ ପ୍ରଶାସନିକ କୋଠାର ମୁଲାକାତ ରୁମ୍‌ ପଛପଟ ପାଇପ୍‌ରେ ଚଢ଼ି ଛାତ ଉପରକୁ ଯିବା ସହ ସେଠାରୁ ପାଚେରି ଡେଇଁ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ଦିନ ସାଢ଼େ ୧ଟା ବେଳେ ପୁଣି ଥରେ ରୋଲ୍‌କଲ୍‌ ହେବା ବେଳକୁ ସୁନିଲ ଅନୁପସ୍ଥିତ ଥିଲା। ପରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବାରୁ ସୁନିଲ ସକାଳ ୭ଟା ବେଳଠୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଥିଲା।

ଏପଟେ ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ସୁନିଲ ଯେଉଁଠାରେ ଲୁଚିଛି ସେହି ସ୍ଥାନକୁ ଠାବ କରାଯାଇସାରିଲାଣି। ଖୁବ୍‌ଶୀଘ୍ର ତାକୁ ଧରାଯିବ ।

 

Leave A Reply

Your email address will not be published.