Latest Odisha News

BREAKING NEWS

CECଙ୍କୁ ବେଙ୍ଗଲ ବିଜେପି ମୁଖ୍ୟଙ୍କ ପ୍ରଶଂସା, କଂଗ୍ରେସ କହିଲା କରିଦିଅ PM

ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସିଇସିଙ୍କ ଦୁର୍ନୀତିର ଗନ୍ଧ ପୁରା ଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଏହାରି ଭିତରେ ଶାସକ ବିରୋଧୀଙ୍କ ମଧ୍ୟରେ ଚାଲିଛି କଥା କଟାକାଟି । ଶାସକ ବିଜେପି ସିଇସିଙ୍କ ସପକ୍ଷରେ କହୁଥିବା ବେଳେ ବିରୋଧୀ କିନ୍ତୁ ନଛୋଡବନ୍ଧା । କେଉଁଠି ତେଜିଲାଣି ପ୍ରତିବାଦର ସ୍ୱର, ତ କେଉଁଠି ଗିରଫଦାରୀ ଓ ପଦରୁ ଇସ୍ତଫା ଦେବାର ଦାବି । ପଶ୍ଚିମବଙ୍ଗରେ ଏସଆଇଆରରେ ୩୦ଲକ୍ଷ ଭୋଟରଙ୍କ ନାଁ ବାଦ୍ ପଡିଛିା ଏହାପରେ ଗର୍ଜିଛନ୍ତି ଦିଦିା ଏପଟେ କିନ୍ତୁ ବେଙ୍ଗଲର ବିଜେପି ମୁଖ୍ୟ ସାମିକ୍ ଭଟ୍ଟାଚାର୍ଯ୍ୟ ସିଇସି ଜ୍ଞାନେଶ କୁମାରଙ୍କୁ ପ୍ରଶଂସା କରିଛନ୍ତି । ବିଧାନସଭା ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସୁରୁଖୁରୁରେ ସମାପନ କରିଥିବାରୁ ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିବା କଥା ବୋଲି କହିଛନ୍ତି ସାମିକ୍ । ଯାହାକୁ ନେଇ ବିରୋଧୀ କଂଗ୍ରେସ ଖପ୍ପା । କଂଗ୍ରେସ ନେତା ପବନ ଖେରା ସାମିକ୍‌ଙ୍କ ପ୍ରଶଂସାର ଜବାବ ରଖିଛନ୍ତି । କହିଛନ୍ତି, ପଦ୍ମ ଭୂଷଣ ପୁରସ୍କାର ତ ବହୁତ ଛୋଟ ଉପାଧି, ଜ୍ଞାନେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ବନାଇ ଦିଅନ୍ତୁ ବୋଲି କହିଛନ୍ତି । କାରଣ, ଯେଉଁ ବ୍ୟକ୍ତି ଦୁର୍ନୀତି ଘୋଟାଲା କରି ଅନ୍ୟକୁ ପ୍ରଧାନମନ୍ତ୍ରୀ କରିଦେଇପାରେ, ନିଜକୁ ତ ପିଏମ କରିପାରିବ ବୋଲି କହିଛନ୍ତି । ସିଇସି କମ୍ ସେ କମ୍ ପଦ୍ମଭୂଷଣ ପାଇବାକୁ ଯୋଗ୍ୟ ବୋଲି କହିଥିଲେ ସାମିକ୍ । ପଶ୍ଚିମବଙ୍ଗରେ ହିଂସା ମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ଏବଂ ଅଧା ବାଂଲାଦେଶୀ ପ୍ରବାସୀଙ୍କୁ ହଟାଇ ନୂଆ ଏବଂ ସଫା ଭୋଟର ତାଲିକା କରିବା ପାଇଁ ଜ୍ଞାନେଶ କୁମାରଙ୍କୁ ଶ୍ରେୟ ଦେଇଛନ୍ତି । ଭୋଟର ତାଲିକା ସଂଶୋଧନରେ ଜ୍ଞାନେଶ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କହିଛନ୍ତି ବେଙ୍ଗଲର ବିଜେପି ମୁଖ୍ୟ । ପଶ୍ଚିମବଙ୍ଗ ପରି ସୀମାନ୍ତ ରାଜ୍ୟରେ ଏପରି ପଦକ୍ଷପେ ଗ୍ରହଣ କରିବା ପାଇଁ କୁମାର ପ୍ରଶଂସା ଯୋଗ୍ୟ ବୋଲି କହିଛନ୍ତି । ପଶ୍ଚିମବଙ୍ଗରେ ଏପରି ହିଂସା ମୁକ୍ତ ନିର୍ବାଚନ କେହି କେବେ ଦେଖିନଥିଲେ । ତେଣୁ ବେଙ୍ଗଲ ସାଧାରଣ ଜନତା କୁମାରଙ୍କ ଉପରେ ଖୁସି ବୋଲି ସେ କହିଛନ୍ତି । ଭୋଟର ତାଲିକା ସଂଶୋଧନରେ ସିଇସିଙ୍କ ଘୋଟାଲାକୁ ନେଇ ଦେଶବ୍ୟାପୀ ତୁମ୍ବିତୋଫାନ ଚାଲିଥିବା ବେଳେ ବିଜେପି ନେତାଙ୍କ ଏପରି ବୟାନବାଜି ବିରୋଧୀଙ୍କୁ ଶକ୍ତ ଧକ୍କା ଦେଇଛି । କୁମାରଙ୍କୁ ପଦ୍ମଭୂଷଣ କାହିଁକି ପ୍ରଧାନମନ୍ତ୍ରୀ କରିଦିଅ ବୋଲି କହିଛନ୍ତି କଂଗ୍ରେସ ନେତା ପବନ ଖେରା ।

 

Leave A Reply

Your email address will not be published.