Latest Odisha News

BREAKING NEWS

ମରଣାନ୍ତକ ‘ମୋମୋ’ ଖେଳ ଲାଗି ଓଡ଼ିଶା କ୍ରାଇମ ବ୍ରାଞ୍ଚ ର ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ହ୍ୱାଟ୍ସଆପ୍ରେ ବ୍ଲୁ ହ୍ୱେଲ୍ ଗେମ୍ କେବଳ ଓଡ଼ିଶା ନୁହେଁ ସାରା ଭାରତ ଓ ପୃଥିବୀର ଶହ ଶହ ଯୁବଗୋଷ୍ଠୀଙ୍କ ପ୍ରାଣ ନେଇଥିଲା । ସେହିପରି ଏକ ମରଣାନ୍ତକ ଖେଳ ୱାଟ୍ସଆପ୍ ସୋସିଆଲ୍ ମିଡ଼ିଆରେ ପ୍ରବେଶ କରିଛି । ଏହି ଖେଳଟି ସାଧାରଣତଃ ସ୍କୁଲ ଓ କଲେଜରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହିତ ବାଧ୍ୟ କରୁଛି ଖେଳରେ ଅଂଶଗ୍ରହଣ କରିବାକୁ । ତେବେ ଏହି ଖେଳ ଯୋଗୁଁ ଗୋଟିଏ ସପ୍ତାହରେ ଓଡ଼ିଶା ସମେତ ଭାରତରେ ଅନେକ ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ଘଟିଲାଣି ବୋଲି ଅଭିଯୋଗ ଆସିବାରେ ଲାଗିଛି । ଏହି ଖେଳରୁ ବର୍ତ୍ତିବା ପାଇଁ ତଥା ମରଣମୁହଁରୁ ମୁକୁଳିବା ଲାଗି ସତର୍କତା ଅବଲମ୍ବନ କରିବା ନେଇ ଓଡ଼ିଶା କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୁପରାମର୍ଶ ସହିତ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ଶନିବାର ଦିନ କ୍ରାଇମ ବ୍ରାଞ୍ଚର ଆଡ଼ିସନାଲ ଡ଼ାଇରେକ୍ଟର ଜେନେରାଲ (ଏଡ଼ିଜି) ସନ୍ତୋଷ ଉପାଧ୍ୟାୟ ମୋମୋ ଖେଳନେଇ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ସେ କହିଛନ୍ତି, “ମୋମେ ଖେଳଟି କିଛି ଖଳ ପ୍ରକୃତିର ବ୍ୟକ୍ତିମାନଙ୍କ ଦ୍ୱାରା ହ୍ୱାଟ୍ସଆପେ ପ୍ରସାରିତ ହେଉଛି । ଏହି ଖେଳରେ ଯୁବ ତଥା ଛାତ୍ରଛାତ୍ରୀ ଆକୃଷ୍ଟ ହୋଇ ଶେଷ ଟାସ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି” ।

କ୍ରାଇମ ବ୍ରାଞ୍ଚର ସୂଚନାନୁଯାୟୀ ଏହି ମୋମୋ ଖେଳ ଏକ ଅଜଣା ନମ୍ବରରୁ ଆସିଥାଏ । ଏହାର ପ୍ରୋଫାଇଲ୍ ଫଟୋରେ ଗୋଟିଏ ଝିଅର ବଡ଼ପାଟି ଥିବା ଏବଂ ବଡ଼ ଆଖି ରହିଥାଏ । ହ୍ୱାଟ୍ସଆପ୍ ବ୍ୟବହାର କରୁଥିବା ନୀରିହ ବ୍ୟକ୍ତି ଓ କୋମଳମତି ଛାତ୍ରଛାତ୍ରୀଙ୍କୁ ଏହି ନମ୍ବର ମୋମୋ ଖେଳିବାକୁ ଏକରକମ ବାଧ୍ୟ କରିଥାଏ । ଖେଳ ଶେଷ ନିୟମ ଅନୁସାରେ ଖେଳାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ ।
ମୋମୋ ଖେଳିବାକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥାଏ । ଏହି ଫୋନ ନମ୍ବରକୁ ମୋବାଇଲରୁ ତୁରନ୍ତ ଡ଼ିଲିଟ୍ କରିଦେବା ଆବଶ୍ୟକ ।

ହ୍ୱାଟ୍ସଆପ୍ ମାଧ୍ୟମରେ ଗୋଟିଏ ଅଜଣା ଲିଙ୍କ୍ ଆସିଥାଏ, ସେହି ଲିଙ୍କ୍ କୁ କ୍ଲିକ୍ ନ’କରି ତୁରନ୍ତ ଡ଼ିଲିଟ୍ କରିଦେବା ଆବଶ୍ୟକ ।

ଯଦି କୌଣସି ଅଜଣା ନମ୍ବରରୁ ଫୋନ ଦ୍ୱାରା ଏହି ମରଣାନ୍ତକ ମୋମୋ ଖେଳିବାକୁ ପ୍ରବର୍ତ୍ତାଇଥାଆନ୍ତି ତେବେ ତୁରନ୍ତ ସେହି ଫୋନଟି କାଟି ଦେଇ ମୋବାଇଲରୁ ସମ୍ପୂର୍ଣ୍ଣ ରୂପେ ବ୍ଲକ୍ କରିଦେବା ଜରୁରୀ ।

ମୋମୋ ପୀଡ଼ିତ ଖେଳାଳିର ଲକ୍ଷଣ
ପିଲା ବା ବ୍ୟକ୍ତିଟି ସାଙ୍ଗ ସାଥିଙ୍କଠୁ ଦୂରରେ ରହିବାକୁ ପସନ୍ଦ କରିଥାଏ ।

ସର୍ବଦା ଅବସାଦରେ ରହି ଅସୁଖି ଅନୁଭବ କରୁଥିବାର ଅନେକ ତା ମୁହଁରେ ଲକ୍ଷଣ ପ୍ରକାଶ ପାଇଥାଏ ।

ସର୍ବଦା ବ୍ୟସ୍ତ ଓ ବିବ୍ରତରେ ଥାଏ ।

ନୀତିଦିନର ଦୀନଚର୍ଯ୍ୟା ସଠିକ୍ ସମୟରେ କରିପାରିନଥାଏ ।

ସାମାନ୍ୟ କଥାରେ ଅନ୍ୟମାନଙ୍କ ଉପରେ କ୍ରୋଧାନ୍ୱିତ ହୋଇପଡ଼ିଥାଏ ।

ହାତରେ କିଛି କଟା ଦାଗର ଚିହ୍ନ ଦିଶୁଥାଏ ।


ଅଭିଭାବକ ମାନଙ୍କୁ କ୍ରାଇମବ୍ରାଞ୍ଚର ପରାମର୍ଶ
କେତେଗୁଡ଼ିଏ ଜିନିଷ ପ୍ରତି ତୀକ୍ଷ୍ମ ନଜର ରଖିବା ଆବଶ୍ୟକ:
ପିଲାମାନେ ଯଦି ଇଣ୍ଟରନେଟ ବ୍ୟବହାର କରୁଥାଆନ୍ତି ତେବେ ସେମାନଙ୍କୁ ଗୁପ୍ତରେ ଇଣ୍ଟରନେଟ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ।
ହଠାତ୍ ସୋସିଆଲ ମିଡ଼ିଆରେ ଅଧିକ ଖେଳିବାକୁ ଚେଷ୍ଟା କରିଥାଆନ୍ତି ।

ପିଲାମାନେ ମୋବାଇଲ୍ ବ୍ୟବହାର କରୁଥିବା ଅବସ୍ଥାରେ ତାଙ୍କ ପାଖକୁ ଗଲେ ସ୍କ୍ରିନ ବଦଳାଇଦେଇଥାଆନ୍ତି ।

ଇଣ୍ଟରନେଟ ମ୍ୟାସେଜ୍ ପାଇଲା ପରେ ପିଲାମାନେ ଖୁବ୍ କ୍ରୋଧାନ୍ୱିତ ହେଉଥିବାର ଜଣାପଡ଼ନ୍ତି ।

ଏହି ମୋମୋ ଖେଳ ଖେଳୁଥିବା ପିଲାମାନେ ନୂଆ ନୂଆ ଫୋନ ନମ୍ବର ବ୍ୟବହାର କରିଥାଆନ୍ତି ।

ପିଲାମାନଙ୍କୁ ଇଣ୍ଟରନେଟରୁ ଦୂରେଇ ରଖିବା ସହିତ ପିଲାକୁ ନିଜ ନଜର ଆଢୁଆଳରେ ରଖିବାକୁ କ୍ରାଇମବ୍ରାଞ୍ଚ ପରାମର୍ଶ ଦେଇଛନ୍ତି ।

ଆପଣଙ୍କ ପିଲାମାନେ ଯଦି ଜାଣିଛନ୍ତି ଅନ୍ୟ ପିଲା କେହି ଏହି ମୋମୋ ଖେଳ ଖେଳୁଛନ୍ତି ତେବେ ତୁରନ୍ତ ଅନ୍ୟକୁ ଜଣାଇଦିଅନ୍ତୁ ।

ସେହିପରି କ୍ରାଇମବ୍ରାଞ୍ଚ ମଧ୍ୟ ସ୍କୁଲ ଶିକ୍ଷକ ମାନଙ୍କୁ ଏବାବଦରେ କିଛି ପରାମର୍ଶ ଦେଇଛନ୍ତି ।
ଛାତ୍ରଛାତ୍ରୀଙ୍କର ବଦଳୁଥିବା ହାବଭାବ ପ୍ରତି ବେଶ୍ ନଜର ରଖିବା ଉଚିତ । ଛାତ୍ରଟିର ମନୋଭାବରେ ହଠାତ ପରିବର୍ତ୍ତନ ହେଲେ ତାହା ସହିତ କଥାବାର୍ତ୍ତା କରି ଅସୁବିଧା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ ।

Leave A Reply

Your email address will not be published.