Latest Odisha News

BREAKING NEWS

ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

କଟକ:କଟକରେ ଅପମିଶ୍ରିତ ପନିର କାରବାର ଅଭିଯୋଗରେ ୧୧ ଜଣଙ୍କ ନାଁ ରେ ଏତଲା ଦେଲା କଟକ ମହାନଗର ନିଗମ। କଟକ ଲିଙ୍କ୍ ରୋଡ୍ରୁ ମାସେ ତଳେ ୭୦ କ୍ବିଣ୍ଟାଲ ଅପମିଶ୍ରିତ ପନିର ଜବତ ଘଟଣାରେ ୧୧ ଜଣଙ୍କ ନାଁରେ ଏତଲା । KMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଟକ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି ।

ଏମାନଙ୍କ ମଧ୍ୟରେ ବ୍ୟବସାୟୀ, ମିଡିଲ ମ୍ୟାନ ରହିଛନ୍ତି । ଏମାନେ ସମସ୍ତେ ନିଆଳି ଅଞ୍ଚଳର ।ନିଆଳିର ସମସ୍ତ ଦୁଗ୍ଧ ବ୍ୟବସାୟୀ ଅପମିଶ୍ରଣ କରୁ ନାହାନ୍ତି, ବରଂ କିଛି ଅସାଧୁ ବେପାରୀ ଏଭଳି କରୁଛନ୍ତି ବୋଲି KMC ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର ଶତପଥୀ କହିଛନ୍ତି । ଯେଉଁମାନେ ଶୁଦ୍ଧ ପନିର ବ୍ୟବସାୟ କରୁଥିଲେ ସେମାନଙ୍କୁ ଚଢ଼ାଉ ସମୟରେ କ୍ଲିନ୍ ଚିଟ୍ ଦିଆଯାଇଥିଲା ।

ହରିୟାଣା ଲ୍ୟାବରୁ ଆସିଥିବା ରିପୋର୍ଟ ଆଧାରରେ ସେଗୁଡ଼ିକ ଅପମିଶ୍ରିତ ପନିର ବୋଲି ଜଣାପଡ଼ିଥିଲା । ଟେଷ୍ଟ ସମୟରେ ଏଥିରୁ ଡିଟରଜେଣ୍ଟ ଓ ମଇଦା ମିଳିଥିଲା ।

Leave A Reply

Your email address will not be published.