ନୂଆଦିଲ୍ଲୀ: ଆସୁଛି ଶୀତ, ଦିଲ୍ଲୀ ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା । ଆଗୁଆ ବାୟୂ ପ୍ରଦୂଷଣ ରୋକିବାକୁ ଅଂଟା ଭିଡିଛନ୍ତି ସରକାର । ଶୀତଦିନେ ଦିଲ୍ଲୀର ଏୟାର କ୍ୱାଲିଟି ଅତ୍ୟନ୍ତ ଖରା ହେଉଥିବାରୁ ନିୟନ୍ତ୍ରଣ ।ଇଁ ସୋମବାର ଦିଲ୍ଲୀ ସରକାର ନୂଆ ନିୟମ ଘୋଷଣା କରିଛନ୍ତି । ନଭେମ୍ବରରୁ ଦିଲ୍ଲୀରେ ଲାଗୁ ହେବ ନୂଆ ନିୟମ । ପ୍ରଦୂଷଣର ମୁଖ୍ୟ କାରଣ ଗାଡି ଚଳାଚଳ । ତେଣୁ ଗାଡି ଚଳାଚଳ କମାଇବାକୁ ଏଣିକି ଦିଲ୍ଲୀରେ ଗାଡି ପାର୍କିଂ ଚାର୍ଜ ଦୁଇଗୁଣ କରାଯିବ । ବ୍ୟକ୍ତିଗତ ଗାଡିର ବ୍ୟବହାର ରୋକିବାକୁ ପାର୍କିଂ ଚାର୍ଜ ଦୁଇଗୁଣ କରାଯିବ । ସବୁସ୍ଥାନରେ ଏହି ନିୟମ ଲାଗୁ ହେବ । ନିର୍ମାଣ ଓ ଉଚ୍ଛେଦ କାମକୁ ସମ୍ପୂଣ୍ଣ ର୍ ବନ୍ଦ କରିବାକୁ ତାଗିଦ୍ କରାଯାଇଛି । ଉଭୟ ସରକାରୀ ଓ ଘରୋଇ କର୍ମଚାରୀ ଘରେ ବସି କାମ କରିବା ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ହୋଇଛି । ନୂଆ ପାକିଂ ର୍ ରେଟ୍ ଆସନ୍ତା ନଭେମ୍ବର ୧ରୁ ଲାଗୁ ହେବ । ନଭେମ୍ବର ୧ରୁ ଆଗାମୀ ବର୍ଷ ଫେବ୍ରୁଆରୀ ୨୮ ଯାଏ ଅଫିସ ଟାଇମିଂ ପରିବର୍ତନ ହେବ । ଦିଲ୍ଲୀ ପୌରପାଳିକାରେ ଥିବା ଅଫିସ ଗୁଡିକ ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ । ସରକାରଙ୍କ ଅଧିନରେ ଥିବା ଅଫିସ ସକାଳ ୧୦ରୁ ରାତି ସାଢେ ୬ ଯାଏ ଚାଲିବ । ସରକାରୀ ଓ ଘରୋଇ ଅଫିସରେ କିପରି ଲୋକ ବଳ ୫୦ ପ୍ରତିଶତ କମିବ ସେନେଇ ବ୍ୟବସ୍ଥା ହେବ । ଏହି ସମୟ ଅବଧି ମଧ୍ୟରେ ୫୦ପ୍ରତିଶତ ଲୋକ ଘରେ ରହି କାମ କରିବେ ଆଉ ୫୦ ପ୍ରତିଶତ ଲୋକ ଅଫିସ ଯିବେ । ଏହି ନିୟମ କଡାକଡି ପାଳନ କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ଗୋଟେ ବଡ ସମସ୍ୟା ହୋଇଥିବା ବେଳେ ଏହାକୁ ରୋକିବାକୁ ୩ ମାସ ପୂର୍ବରୁ ସରକାର ଆଗୁଆ ପଦକ୍ଷେ ନେଇଛନ୍ତି ।
BREAKING NEWS
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ

Comments are closed.