ନୂଆଦିଲ୍ଲୀ: ଆସୁଛି ଶୀତ, ଦିଲ୍ଲୀ ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା । ଆଗୁଆ ବାୟୂ ପ୍ରଦୂଷଣ ରୋକିବାକୁ ଅଂଟା ଭିଡିଛନ୍ତି ସରକାର । ଶୀତଦିନେ ଦିଲ୍ଲୀର ଏୟାର କ୍ୱାଲିଟି ଅତ୍ୟନ୍ତ ଖରା ହେଉଥିବାରୁ ନିୟନ୍ତ୍ରଣ ।ଇଁ ସୋମବାର ଦିଲ୍ଲୀ ସରକାର ନୂଆ ନିୟମ ଘୋଷଣା କରିଛନ୍ତି । ନଭେମ୍ବରରୁ ଦିଲ୍ଲୀରେ ଲାଗୁ ହେବ ନୂଆ ନିୟମ । ପ୍ରଦୂଷଣର ମୁଖ୍ୟ କାରଣ ଗାଡି ଚଳାଚଳ । ତେଣୁ ଗାଡି ଚଳାଚଳ କମାଇବାକୁ ଏଣିକି ଦିଲ୍ଲୀରେ ଗାଡି ପାର୍କିଂ ଚାର୍ଜ ଦୁଇଗୁଣ କରାଯିବ । ବ୍ୟକ୍ତିଗତ ଗାଡିର ବ୍ୟବହାର ରୋକିବାକୁ ପାର୍କିଂ ଚାର୍ଜ ଦୁଇଗୁଣ କରାଯିବ । ସବୁସ୍ଥାନରେ ଏହି ନିୟମ ଲାଗୁ ହେବ । ନିର୍ମାଣ ଓ ଉଚ୍ଛେଦ କାମକୁ ସମ୍ପୂଣ୍ଣ ର୍ ବନ୍ଦ କରିବାକୁ ତାଗିଦ୍ କରାଯାଇଛି । ଉଭୟ ସରକାରୀ ଓ ଘରୋଇ କର୍ମଚାରୀ ଘରେ ବସି କାମ କରିବା ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ହୋଇଛି । ନୂଆ ପାକିଂ ର୍ ରେଟ୍ ଆସନ୍ତା ନଭେମ୍ବର ୧ରୁ ଲାଗୁ ହେବ । ନଭେମ୍ବର ୧ରୁ ଆଗାମୀ ବର୍ଷ ଫେବ୍ରୁଆରୀ ୨୮ ଯାଏ ଅଫିସ ଟାଇମିଂ ପରିବର୍ତନ ହେବ । ଦିଲ୍ଲୀ ପୌରପାଳିକାରେ ଥିବା ଅଫିସ ଗୁଡିକ ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିବ । ସରକାରଙ୍କ ଅଧିନରେ ଥିବା ଅଫିସ ସକାଳ ୧୦ରୁ ରାତି ସାଢେ ୬ ଯାଏ ଚାଲିବ । ସରକାରୀ ଓ ଘରୋଇ ଅଫିସରେ କିପରି ଲୋକ ବଳ ୫୦ ପ୍ରତିଶତ କମିବ ସେନେଇ ବ୍ୟବସ୍ଥା ହେବ । ଏହି ସମୟ ଅବଧି ମଧ୍ୟରେ ୫୦ପ୍ରତିଶତ ଲୋକ ଘରେ ରହି କାମ କରିବେ ଆଉ ୫୦ ପ୍ରତିଶତ ଲୋକ ଅଫିସ ଯିବେ । ଏହି ନିୟମ କଡାକଡି ପାଳନ କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ଗୋଟେ ବଡ ସମସ୍ୟା ହୋଇଥିବା ବେଳେ ଏହାକୁ ରୋକିବାକୁ ୩ ମାସ ପୂର୍ବରୁ ସରକାର ଆଗୁଆ ପଦକ୍ଷେ ନେଇଛନ୍ତି ।
BREAKING NEWS
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି
- ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍ବେଗ
- ଭୁବନେଶ୍ୱରରୁ ନିଖୋଜ ୩ ନାବାଳକଙ୍କ ପତ୍ତା ମିଳିଲା
- Balijatra 2026:ଉପର ବାଲିଯାତ୍ରା ପଡିଆରେ ଖୋଲିବ ୫୯୧ ଷ୍ଟଲ୍; ରହିବ ଦହିବରା ହାଟ
