ବ୍ୟୁରୋ: ଇତିହାସ ରଚିଲେ ନୀରୁ ଦାଣ୍ଡା । ଦେଶ ପାଇଁ ସୁନା ଜିତିଲେ ସୁନା ଝିଅ । ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକକ ନିଶାନାବାଜିରେ ଜିତିଛନ୍ତି ଗୋଲଡ ମେଡାଲ୍ । ମହିଳା ଦଳଗତ ଇଭେଂଟରେ ପୂର୍ବରୁ ରୌପ୍ୟ ମେଡାଲ ଜିତିଥିଲେ ନୀରୁ । ହରିୟାଣାର ୨୬ ବର୍ଷୀୟା ନୀରୁ ମହିଳା ଟ୍ରାପ୍ ସ୍ପର୍ଦ୍ଧାର ଫାଇନାଲରେ ୩୦ରୁ ୨୮ ଟାର୍ଗେଟ୍ ଭାଙ୍ଗି ଏହି ଐତିହାସିକ ସଫଳତା ପାଇଛନ୍ତି । ପୂର୍ବରୁ ଏସିଆନ ଗେମ୍ସରେ ୩୦ରୁ ୨୪ ଟାର୍ଗେଟ ହିଟ୍ କରିବାର ରେକର୍ଡ ଥିଲା । ସେହି ରେକଡ ର୍ ଭାଙ୍ଗିଛନ୍ତି ନୀରୁ । ପୂର୍ବରୁ ଏସିଆନ ଗେମ୍ସରେ ଏହି ସ୍ପର୍ଦ୍ଧାରେ କୌଣସି ଭାରତୀୟ ମହିଳା ଏହି ସଫଳତା ପାଇନଥିଲେ । ୧୯୭୮ରେ ଏକକ ନିଶାନାବାଜିରେ ପୁୁରୁଷ ବର୍ଗରେ ରନ୍ଧୀର ସିଂ ଗୋଲଡ ମେଡାଲ ଜିିତିଥିଲେ । ୨୦୧୦ରେ ରଂଜନ ଶୋଦ୍ଧି ପୁରୁଷ ଡବଲ୍ସ ବର୍ଗରେ ସୁନା ଜିତିଥିବା ସୂଚନା ରହିଛି । ଭାରତୀୟ ସେନାରେ ନାଏବ ସୁବେଦାର ଭାବେ କାମ କରୁଥିବା ନୀରୁଙ୍କ ପାଇଁ ଏହି ମେଡାଲ ବହୁତ ଗର୍ବର ବିଷୟ । ୧୦ ଦିନ ପୂର୍ବରୁ ସେ ଫ୍ଲୁରେ ପଡି ମେଡିକାଲରେ ଭତିି ର୍ ହୋଇଥିଲେ । ୫ଦିନ ଯାଏ ଖାଇପିଇନଥିଲେ । ପ୍ରତିଯୋଗୀତାରେ ଭାଗ ନେବେ କି ନାହିଁ ସନେ୍ଦହ ଥିଲା । ତଥାପି ସେ ତାଙ୍କ କୋଚ୍ଙ୍କ ପ୍ରରୋଚନାରେ ଫାଇନାଲ ପାଇଁ ଆସିଥିଲେ । ହେଲେ ପାଣିପାଗ ବି ନିଶାନା ଲଗାଇବାରେ ଅଂଶଗ୍ରହଣକାରୀଙ୍କ ପାଇଁ ବାଧା ସାଜିଥିଲା । ଶେଷରେ ନୀରୁ ମୋଟ୍ ୧୧୮ ସ୍କୋର କରି ଫାଇନାଲରେ ପହଂଚିଥିଲେ । ଏବଂ ଫାଇନାଲରେ ୫ଟି ଟାର୍ଗେଟ୍ ହିଟ୍ କରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିନେଲେ । ଏବେ ତାଙ୍କର ପରବର୍ତ୍ତୀ ଟାର୍ଗେଟ୍ ଅଲିମ୍ପିକ୍ସା
BREAKING NEWS
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା
- CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
- Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ
- IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’
- ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ
- Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍
- Revanth Reddy’s Remarks: ‘ଶିବ ଗରିବଙ୍କ ଭଗବାନ, ରାମ ଧନୀଙ୍କ’! ମୁଖ୍ୟମନ୍ତ୍ରୀଙ୍କ ଏମିତି ମନ୍ତବ୍ୟକୁ ନେଇ ବିବାଦ, ବିଜେପିର ପାଲଟା ଜବାବ
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି
