Latest Odisha News

BREAKING NEWS

ଏସିଆନ୍ ଗେମ୍ସରେ ଗୁଲବୀରଙ୍କ ଐତିହାସିକ ସଫଳତା: ୩ ଦିନରେ ଜିତିଲେ ୩ଟି ମେଡାଲ

ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତୀୟ ଆଥଲେଟ ଗୁଲବୀର ସିଂ ଏକ ନୂଆ ଇତିହାସ ରଚିଛନ୍ତି । ଉତ୍ତର ପ୍ରଦେଶରେ ଜନ୍ମିତ ଏହି ଖେଳାଳି ମାତ୍ର ୩ ଦିନ ମଧ୍ୟରେ ୩ଟି ମେଡାଲ ହାସଲ କରିଛନ୍ତି ।  ୫୦୦୦ ମିଟର ଦୌଡ଼କୁ ୧୩:୩୨.୭୫ ମିନିଟରେ ଶେଷ କରି ସେ ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ ସେ ୧୦,୦୦୦ ମିଟର ଏବଂ ୧୫୦୦ ମିଟର ରେସରେ ସିଲଭର୍  ମେଡାଲ ଜିତିସାରିଛନ୍ତି । ଏସିଆନ୍ ଗେମ୍ସର ଟ୍ରାକ୍ ଆଣ୍ଡ ଫିଲ୍ଡରେ ଗୋଟିଏ ସଂସ୍କରଣରେ ୩ଟି ମେଡାଲ ଜିତିବାରେ ସେ ଭାରତର ପ୍ରଥମ ପୁରୁଷ ଖେଳାଳି । ମହିଳା ବିଭାଗରେ ପୂର୍ବରୁ ପି.ଟି. ଉଷା ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ ।

ଗୁଲବୀର ପୂର୍ବ ଏସିଆନ୍ ଗେମ୍ସ ୧୦,୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ, ଏସିଆନ୍ ଚାମ୍ପିଅନସିପ ୧୦,୦୦୦ ମିଟର ଓ ୫୦୦୦ ମିଟର ଦୁଇଟିଯାକ ଇଭେଣ୍ଟରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଉତ୍ତର ପ୍ରଦେଶ ଅଲୀଗଡ଼ର ସିରଜା ଗାଁର ବାସିନ୍ଦା ଗୁଲବୀର ପ୍ରଥମେ ସେନାରେ ଭର୍ତ୍ତି ହେବା ପାଇଁ ବିଲରେ ୧୬୦୦ ମିଟର ଦୌଡ଼ିବା ଆରମ୍ଭ କରିଥିଲେ । ୨୦୧୮ରେ ଭାରତୀୟ ସେନାର ୨୩ ଗ୍ରେନେଡିୟର୍ସ ୟୁନିଟରେ ସ୍ପୋର୍ଟସ କୋଟାରେ ସିପାହୀ ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ନାୟବ ସୁବେଦାର ପଦବୀରେ ଅଛନ୍ତି । ଅରୁଣାଚଳ ପ୍ରଦେଶରେ ପ୍ରଥମ ପୋଷ୍ଟିଂ ସମୟରେ ବିନା କୌଣସି ପ୍ରଶିକ୍ଷଣରେ ସେ କ୍ରସ୍ କଣ୍ଟ୍ରି ରେସ ଜିତିଥିଲେ, ଯାହା ପରେ ତାଙ୍କର ପ୍ରଫେସନାଲ ଟ୍ରେନିଂ ଆରମ୍ଭ ହୋଇଥିଲା । ନିକଟରେ ସେ ଆମେରିକାର କୋଲୋରାଡୋଠାରେ କୋଚ୍ ସ୍କଟ୍ ସିମନ୍ସଙ୍କ ଅଧୀନରେ ଟ୍ରେନିଂ ନେଉଥିଲେ ।

Leave A Reply

Your email address will not be published.