Latest Odisha News

BREAKING NEWS

ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର 

ଭୁବନେଶ୍ୱର: ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଭାବେ ପରିଚିତ ଗୁଣ୍ଡିଚା ମନ୍ଦିର ପ୍ରାୟ ଛଅ ବର୍ଷର ବ୍ୟବଧାନ ପରେ ସର୍ବସାଧାରଣଙ୍କ ପାଇଁ ପୁନର୍ବାର ଖୋଲାଯାଇଛି।

ସୂଚନା ଅନୁଯାୟୀ, ୨୦୨୦ ମସିହାରେ କୋଭିଡ୍-୧୯ ମହାମାରୀ ସମୟରୁ ବନ୍ଦ ଥିଲା ଏହି ମନ୍ଦିର। ପୂଜା ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ ସକାଳ ୭:୪୫ ସମୟରେ ଖୋଲାଯାଇଛି। ତେବେ ପ୍ରଥମେ ଶ୍ରଦ୍ଧାଳୁଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରବେଶ କରିଥିବା ଜଣାପଡ଼ିଛି।

ମନ୍ଦିର ଖୋଲିବାର ପ୍ରଥମ ଦିନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତମାନଙ୍କ ସହ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ପ୍ରଥମ ତିନି ଦିନ ପାଇଁ ପ୍ରବେଶ ମାଗଣା ରହିବ। ଏହା ପରେ ପ୍ରବେଶ ପାଇଁ ୧୦ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅପରପକ୍ଷରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବରିଷ୍ଠ ନାଗରିକ, ଛୋଟ ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଦର୍ଶନ ବ୍ୟବସ୍ଥା ରହିଛି । ଜୋତା ଓ ମୋବାଇଲ ରଖିବା ପାଇଁ ମଧ୍ୟ ନିଶୁକ୍ଳ ବ୍ୟବସ୍ଥା ରଖାଯାଇଛି।

ଗୁଣ୍ଡିଚା ମନ୍ଦିରର ପୁଣିଥରେ ଖୋଲିବା ପରେ ଭକ୍ତ ଓ ସେବାୟତ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି।

 

Leave A Reply

Your email address will not be published.