Latest Odisha News

BREAKING NEWS

ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା

ଟିଟିଲାଗଡ଼: ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟିଟିଲାଗଡ଼ ଜିଆର୍‌ପି ପୋଲିସ ୬ ଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାମାନଙ୍କ ନିକଟରୁ ମୋଟ ୩୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗିରଫ ମହିଳାମାନଙ୍କ ମଧ୍ୟରେ ସଇଁତଳାର କୁଆରଗାଁ, କଳାହାଣ୍ଡିର କର୍ଲାମୁଣ୍ଡା ଓ ବରଗଡ଼ର ବିଜେପୁର ଅଞ୍ଚଳର ମହିଳା ଥିବା ବେଳେ ଦକ୍ଷିଣ ଦିଲ୍ଲୀର ଦୁଇ ଜଣ ମହିଳା ମଧ୍ୟ ରହିଛନ୍ତି ।

ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ଟିଟିଲାଗଡ଼ ଜିଆର୍‌ପି ପୋଲିସ ସମତା ଏକ୍ସପ୍ରେସର ବିଭିନ୍ନ ବଗିରେ ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ କିଛି ମହିଳା ସନ୍ଦେହଜନକ ଭାବେ ଯାତ୍ରା କରୁଥିବା ପୋଲିସର ନଜରକୁ ଆସିଥିଲେ ।
ସେମାନଙ୍କୁ ଅଟକାଇ ପଚରାଉଚରା କରିବା ସହ ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ବ୍ୟାଗ ଭିତରୁ ଗଞ୍ଜେଇ ଠାବ ହୋଇଥିଲା ।

ଗଞ୍ଜେଇ ଚାଲାଣର ନେଟୱର୍କ ସମ୍ପର୍କରେ ମଧ୍ୟ ଜିଆର୍‌ପି ପୋଲିସ ଖୋଳତାଡ଼ କରୁଛି।

Leave A Reply

Your email address will not be published.