ଆମେରିକା: ଦୁଇଟି ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡ ପ୍ରୟାସରୁ ବଂଚିଗଲେ ଆମେରିକାର ମୃତ୍ୟୁଦଣ୍ଡ ପାଇଥିବା କଏଦୀ । ପ୍ରଥମ ଟେନେସି ମହିଳା କ୍ରିଷ୍ଟା ପାଇକ୍ ମୃତ୍ୟୁଦଣ୍ଡ ପାଇଁ ଦିଆଯାଇଥିବା ଦୁଇଟି ଘାତକ ଇଂଜେକ୍ସନ ପରେ ବି ବଂଚିଯାଇଥିବାରୁ ତାଙ୍କୁ ମେଡିକାଲରେ ଭତି ର୍ କରାଯାଇଛିି । ଏକ ହତ୍ୟା ଘଟଣାରେ ମୃତ୍ୟୁଦଣ୍ଡାଦେଶ ପାଇଥିଲେ କ୍ରିଷ୍ଟା । ମୃତ୍ୟୁଦଣ୍ଡ ପାଇଁ କାର୍ଯ୍ୟକାରୀ ହେଉଥିବା ସମୟରେ ତାକୁ ଅଟକାଇବାକୁ କ୍ରୀଷ୍ଟାଙ୍କ ଆଡଭୋକେଟ୍ ଟିମ୍ ଏକ ଆବେଦନ ଦାଖଲ କରିଥିଲେ । ଯେଉଁଥିରେ ପାଇକ୍ ବେହୋସ ହୋଇଯାଇଛନ୍ତି, କିନ୍ତୁ ତାଙ୍କ ହୃଦସ୍ପନ୍ଦନ ଚାଲିଛି, ତାଙ୍କୁ ମେଡିକାଲ ନେବାକୁ ଲେଖାଥିଲା । ପେଂଟୋବାର୍ବିଟାଲ ଭଳି ମାରାତ୍ମକ ଇଂଜେକ୍ସନ ଦେଇ ୫୦ ବର୍ଷୀୟ ପାଇକ୍ଂଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପ୍ରୟାସ କରାଯାଉଥିଲା । ହେଲେ ସେଥିରୁ ସେ ବଂଚିଯାଇଥିବାରୁ ମେଡିକାଲରେ ଏବେ ଜୀବନ ରକ୍ଷା ପାଇଁ ଚିକିତ୍ସା ଚାଲିଛି । ୧୯ ବର୍ଷୀୟା କଲିନ୍ ସ୍ଲେମରଙ୍କୁ ହତ୍ୟା ଅଭିଯୋଗରେ ୧୯୯୬ ମସିହାରୁ ପାଇକଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଥିଲା । ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ଏବଂ ରୋକିବାକୁ ଶେଷ ଯାଏ ଏକ ଆଇନଗତ ଲଢେଇ ଚାଲିଥିଲା । ଶେଷରେ ଆମେରିକାର ସୁପ୍ରିମକୋର୍ଟ ଏହି ମାରାତ୍ମକ ଇଂଜେକ୍ସନ ପ୍ରୟୋଗ ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ଅନୁମତି ପ୍ରଦାନ କରିଥିଲେ । କ୍ରୀଷ୍ଟାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେତେବେଳେ ସେ ଏବଂ ତାଙ୍କ ପ୍ରେମିକ ସହ ମିଶି ସ୍ଲେମରଙ୍କୁ ମାଡ ମାରିବା ସହ ହତ୍ୟା କରିଥିଲେ । ପାଇକଙ୍କ ଅଭିଯୋଗ ଅନୁସାରେ ସ୍ଲେମର ତାଙ୍କ ପୁରୁଷବନ୍ଧୁଙ୍କୁ ନେଇଯିବାକୁ ଚାହଁଥିଲେ । ମା ମଧ୍ୟ ଚାହୁଁଥିଲେ ତାଙ୍କ ଝିଅ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ମିଳୁ । ଟେନେସିର ମୃତ୍ୟୁଦଣ୍ଡ ପ୍ରୋଟୋକଲ୍ ଅନୁସାରେ ପ୍ରଥମ ଡୋଜ୍ ଇଂଜେକ୍ସନ ପରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯିବା କଥା । ଯଦି ଦ୍ୱିତୀୟ ଡୋଜ୍ ଦେଲା ପରେ ବି ମୃତ୍ୟୁ ନହୁଏ, ତେବେ ସେନେଇ କୌଣସି ପ୍ରାବଧାନ କଥା ଉଲ୍ଲେଖ କରାଯାଇନି । ଆମେରିକାର ରାଜ୍ୟପାଳ ଘଟଣାର ସମୀକ୍ଷା ପାଇଁ କହିଥିବା ବେଳେ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ ପ୍ରକ୍ରିୟା ଯୋଜନା ଅନୁସାରେ ଆଗକୁ ବଢିବ ନାହିଁ ବୋଲି ସେ କହିଛନ୍ତି । ୨୦୨୬ରେ କେବଳ କ୍ରୀଷ୍ଟାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ ହୋଇନି ଆଉ ଏକ ମାମଲାରେ ମୃତ୍ୟୁଦଣ୍ଡ ସ୍ଥଗିତ ଥିଲା । କାରଣ ଇଂଜେକ୍ସନ ଦେଉଥିବା କର୍ମଚାରୀ କଏଦୀଙ୍କ ଭେନ୍ ପାଇପାରିନଥିଲେ । ମାରାତ୍ମକ ଇଂଜେକ୍ସନ ଦେବାରେ ତ୍ରୁଟି ଦେଖାଦେବା ପରେ ଟେନେସି ସହରରେ ଏପରି ମୃତ୍ୟୁଦଣ୍ଡ ଯାହା ଗୋପନୀୟ ରଖାଯାଇଥିଲା ତାହା ଏବେ ସର୍ବସମ୍ମୁଖରେ । ପାଇକଙ୍କ ଓକିଲ ମୃତ୍ୟୁଦଣ୍ଡ ସ୍ଥଗିତ ରଖିବା ଓ ଆବଶ୍ୟକୀୟ ଚିକିତ୍ସା ଯୋଗାଇବାକୁ ଆବେଦନ କରିଛନ୍ତି । ପାଇକଙ୍କ ଚିକିତ୍ସା ଜାରି ରହିଛି । ଯଦି ସଠିକ ଚିକିତ୍ସା ନହୁଏ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇପାରେ । ପୂର୍ବରୁ ପାଇକଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିବାକୁ ଓକିଲ ପ୍ରୟାସ କରିଥିଲେ । ହେଲେ ରାଜ୍ୟପାଳ ତାଙ୍କର ଆବେଦନ ଖାରଜ କରିଦେଇଥିଲେ । ଟେନେସି ରାଜ୍ୟର ପ୍ରଥମ ମହିଳା ଭାବେ କ୍ରୀଷ୍ଟାଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡାଦେଶ । ୧୯୯୫ରେ ସ୍ଲେମରଙ୍କ ହତ୍ୟାକାଣ୍ଡ ପୁରା ଟେେନେସି ରାଜ୍ୟରେ ଚର୍ଚ୍ଚାରେ ଥିଲା । ୧୯୯୬ରେ ମୃତ୍ୟୁଦଣ୍ଡାଦେଶ ଆଉ ଏବେ ୩୦ ବର୍ଷ ପରେ ମୃତ୍ୟୁଦଣ୍ଡ ପ୍ରୟାସ ବିଫଳ ହୋଇଛି ।
BREAKING NEWS
- UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍-କାର୍ଡକୁ ଫେରିବେ ୭୬%!
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ
- ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ
- US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ
- ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା
- ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
