Latest Odisha News

BREAKING NEWS

ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ଭାରତର ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଓଡ଼ିଶା ନିଜକୁ ପ୍ରସ୍ତୁତ କରୁଛି। ଏଥିରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା, ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ୨୦୨୬ ର ସପ୍ତମ ସଂସ୍କରଣ ବିଷୟରେ ଘୋଷଣା କରିଛନ୍ତି, ଯାହା ଅକ୍ଟୋବର ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ମେଫେୟାର ସାଙ୍କଚୁଆରୀଠାରେ ଅନୁଷ୍ଠିତ ହେବ। ମେଫେୟାର ଲାଗୁନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି।

ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମିଳିତ ସହଯୋଗରେ ଆୟୋଜିତ ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ ମହାକୁମ୍ଭରେ ୯୨ ରୁ ଅଧିକ ଘରୋଇ ସଂସ୍ଥା, ୨୭ଟି ଦେଶର ବିଦେଶୀ ଟୁର ଅପରେଟର ଏବଂ ଦେଶର ୩୨ଟି ସହରର କ୍ରେତାମାନେ ଏକାଠି ହେବେ। ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ ୬,୦୦୦ ରୁ ଅଧିକ ବ୍ୟବସାୟିକ ବୈଠକ ଅନୁଷ୍ଠିତ ହେବାର ଆଶା କରାଯାଉଛି।

ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶା ଏକ ମହତ୍ୱାକାଂକ୍ଷୀ ପର୍ଯ୍ୟଟନ ରଣନୀତି ଉପରେ କାର୍ଯ୍ୟ କରୁଛି, ଯାହାର ଲକ୍ଷ୍ୟ ହେଉଛି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟର ସ୍ଥିତିକୁ ମଜବୁତ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ସିଧାସଳଖ ଆର୍ôଥକ ଲାଭ ସୃଷ୍ଟି କରିବା। “ଆମର ମୂଳମନ୍ତ୍ର ହେଉଛି ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ ଯଦି ବିଶ୍ୱରେ କେହି ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହାଁନ୍ତି କିମ୍ବା ଭାରତ ଭ୍ରମଣ କରିବାକୁ ଇଚ୍ଛା କରନ୍ତି, ତେବେ ସେମାନେ ପ୍ରଥମେ ଓଡ଼ିଶା କଥା ଚିନ୍ତା କରିବା ଉଚିତ । ଦୁଃସାହସିକ ପର୍ଯ୍ୟଟନ, ହୋମଷ୍ଟେ ଏବଂ ଆତିଥେୟତା କ୍ଷେତ୍ରରେ ଆମର ପ୍ରଗତିଶୀଳ ନୀତି ମାଧ୍ୟମରେ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶା ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି,” ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଟ୍ରାଭେଲ ବଜାର କେବଳ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର ମଧ୍ୟରେ ସୀମିତ ରହିବ ନାହିଁ; ବରଂ ଏହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗୀତା ଏବଂ ପୁଞ୍ଜି ନିବେଶର ଏକ ବଡ଼ ମାଧ୍ୟମ ଭାବେ କାର୍ଯ୍ୟ କରିବ । ଓଡ଼ିଶା ଟ୍ରାଭେଲ ବଜାର ଆମ ଯୁବପିଢ଼ିଙ୍କ ପାଇଁ ଏକ ଶିକ୍ଷଣ ଓ ତାଲିମ କେନ୍ଦ୍ର ଭାବରେ କାମ କରିବ। ଏହା କେବଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏକ ମାଧ୍ୟମ ନୁହେଁ, ବରଂ ଓଡ଼ିଆ ଯୁବକଯୁବତୀମାନଙ୍କୁ ସେମାନଙ୍କ ନିଜ ଅଂଚଳରେ ନିଯୁକ୍ତି, ଉଦ୍ୟୋଗ, ପୁଞ୍ଜି ନିବେଶ ଏବଂ ସ୍ଥାନୀୟ ଆର୍ôଥକ ବିକାଶର ସୁଯୋଗ ଯୋଗାଇଦେବ ।

ପର୍ଯ୍ୟଟନରୁ ମିଳୁଥିବା ଆର୍ôଥକ ଲାଭ କେବଳ ହୋଟେଲ ଓ ରିସୋର୍ଟ ମଧ୍ୟରେ ସୀମିତ ନରହି ଓଡ଼ିଶାର ସାଧାରଣ ଲୋକ ଏବଂ ଛୋଟ ବ୍ୟବସାୟୀଙ୍କ ପାଖରେ ପଂହଚିବା ଉଚିତ। “ଆମେ ଚାହୁଁନାହୁଁ ଯେ ପର୍ଯ୍ୟଟନର ଲାଭ କେବଳ ହୋଟେଲ ଏବଂ ରିସୋର୍ଟ ମଧ୍ୟରେ ଆବଦ୍ଧ ରହୁ; ଏକ ଆର୍ôଥକ ଦୃଷ୍ଟିରୁ ସୁଦୃଢ଼ ଓ ସାମାଜିକ ଭାବେ ସମସ୍ତଙ୍କୁ ଯୋଡ଼ି ରଖୁଥିବା ବ୍ୟବସ୍ଥା ଗଢ଼ିବା ପାଇଁ ଏହି ଲାଭ ସିଧାସଳଖ ଟୁର ଗାଇଡ୍‌, ଡ୍ରାଇଭର, ସ୍ଥାନୀୟ କାରିଗର, ହୋମଷ୍ଟେ ମାଲିକ, ଛୋଟ ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀଙ୍କ ପାଖରେ ପହଂଚିବା ଆବଶ୍ୟକ। ଓଡ଼ିଶାର ସଂସ୍କୃତି, ପରମ୍ପରା ଏବଂ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଚିରସ୍ମରଣୀୟ ଅନୁଭୂତି ସୃଷ୍ଟି କରିବ। ପର୍ଯ୍ୟଟକମାନେ ବୋଧହୁଏ ନିଜ ହୋଟେଲ ରୁମ୍ ନମ୍ବର କିମ୍ବା ଟ୍ୟାକ୍ସି ନମ୍ବର ଭୁଲିଯାଇ ପାରନ୍ତି, କିନ୍ତୁ ସାଙ୍ଗରେ ନେଇ ଫେରୁଥିବା ଅନୁଭୂତିକୁ ସେମାନେ କେବେବି ଭୁଲନ୍ତି ନାହିଁ।

ଏହି ପରିଚୟ ଭ୍ରମଣଗୁଡ଼ିକ ରାଜ୍ୟର ଐତିହ୍ୟ, ଆଧ୍ୟାତ୍ମିକତା, ପ୍ରକୃତି ଓ ବନ୍ୟଜନ୍ତୁ, ଜନଜାତି ପରମ୍ପରା, ଉପକୂଳବର୍ତୀ ଆକର୍ଷଣ ଏବଂ ଅନୁଭୂତି ଆଧାରିତ ପର୍ଯ୍ୟଟନକୁ ପ୍ରଦର୍ଶିତ କରିବ; ଯାହାକି ଅଂଶଗ୍ରହଣକାରୀମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଅନୁଭୂତି ବିଷୟରେ ବୁଝିବାରେ ସାହାଯ୍ୟ କରିବ । ବସାୟିକ ସମ୍ପର୍କ ସ୍ଥାପନ, ପର୍ଯ୍ୟଟନସ୍ଥଳୀର ପ୍ରଚାର ଏବଂ ସହଭାଗିତା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବ ଏବଂ ଏହା ସହିତ ପର୍ଯ୍ୟଟନ ମାଧ୍ୟମରେ ନିଯୁକ୍ତି, ଉଦ୍ୟୋଗୀତା ତଥା ସ୍ଥାନୀୟ ଆର୍ôଥକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶାର ପ୍ରୟାସକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.