ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠସ୍ଥ ନିମଖଣ୍ଡି ଅଞ୍ଚଳରେ ପୁରୁଣା ଶତ୍ରୁତାକୁ କେନ୍ଦ୍ରକରି ଜଣେ କୁଖ୍ୟାତ ଅପରାଧୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ମୃତ ବ୍ୟକ୍ତିଙ୍କ ପରିଚୟ ଟୁନା ନାୟକ ବୋଲି ଜଣାପଡିଥିବା ବେଳେ ସେ ସେହି ଅଞ୍ଚଳରେ ଜଣେ କୁଖ୍ୟାତ ଅପରାଧୀ ଭାବେ ଜଣାଶୁଣା ଥିଲେ।
ସୂଚନା ଅନୁଯାୟୀ, ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ।ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ଅନୁଯାୟୀ, ଟୁନା ନାୟକଙ୍କର କିଛି ବ୍ୟକ୍ତିଙ୍କ ସହ ଦୀର୍ଘ ଦିନ ଧରି ଶତ୍ରୁତା ରହିଥିଲା ଏବଂ ସନ୍ଦେହ କରାଯାଉଛି ଯେ ଏହି ପୁରୁଣା ବିବାଦ ଯୋଗୁଁ ହିଁ ହତ୍ୟାକାଣ୍ଡ ଘଟିଛି।
ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ବିଟୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ନିମଖଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

