Latest Odisha News

BREAKING NEWS

ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍‌ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍

ଦୁବାଇ: ଫ୍ଲାଇଦୁବାଇ ବିମାନ FZ1073 ରେ କୋ-ପାଇଲଟ୍ ହମ୍ମାମ ଅଲ୍-ହାମାନି କକପିଟ୍ ଭିତରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଛାରଙ୍କୁ ଆକ୍ରମଣ କରି ବିମାନକୁ ଅପହରଣ କରିବାକୁ ଚେଷ୍ଟା କରିଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ୨୯ ବର୍ଷୀୟ ଓମାନୀ ନାଗରିକ ଅଲ୍-ହାମାନି ୯/୧୧ ଆକ୍ରମଣ ଶୈଳୀରେ ଇସ୍ରାଏଲର ତେଲ ଆଭିଭ୍‌ସ୍ଥିତ ଏକ ବିଶାଳ ଅଟ୍ଟାଳିକା କିମ୍ବା ବିମାନବନ୍ଦରରେ ବିମାନକୁ ପିଟିବା ପାଇଁ ଯୋଜନା କରିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଅଲ୍-ହାମାନି ଏକାକୀ ଏହି ଆକ୍ରମଣ କରିବାକୁ ଚାହୁଁଥିଲା । ସେ ଯୋଜନା କରିଥିଲା ଯେ କ୍ୟାପଟେନଙ୍କୁ ହତ୍ୟା କରିବା ପରେ, ବିମାନର ଇଞ୍ଜିନ୍ ବନ୍ଦ କରି କିମ୍ବା ନିୟନ୍ତ୍ରଣ ନିଜ ହାତକୁ ନେଇ ଆକ୍ରମଣ କରିବ। ଆକାଶମାର୍ଗରେ ବିମାନଟି ହଠାତ୍ ୩୪,୦୦୦ ଫୁଟ୍‌ରୁ ପ୍ରାୟ ୧୬,୦୦୦ ଫୁଟ୍‌କୁ ଖସିଆସିଥିଲା, ଯାହାଫଳରେ ହାଇଜ୍ୟାକ୍ ସିଗନାଲ୍ ଆଲର୍ଟ ହୋଇଥିଲା।

ତେବେ ଗୁରୁତର ଆହତ ହୋଇଥିବା ସତ୍ତ୍ୱେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଛାର ଓ କ୍ରିୟୁ ସଦସ୍ୟଙ୍କ ସାହସିକତା ଯୋଗୁଁ ଏହି ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇପାରିଛି। ସେମାନେ କୋ-ପାଇଲଟ୍‌କୁ କାବୁ କରି ବିମାନକୁ ସୁରକ୍ଷିତ ଭାବେ ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରାଇଥିଲେ।

ଏହି ସାଂଘାତିକ ଘଟଣାରେ ବିମାନରେ ଥିବା ସମସ୍ତ ୧୭୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ୟୁଏଇ ପୋଲିସ ଓ ସୁରକ୍ଷା ଏଜେନ୍ସି ଅଭିଯୁକ୍ତ କୋ-ପାଇଲଟ୍‌କୁ ଗିରଫ କରି ତା’ର ସନ୍ଦିଗ୍ଧ ଗତିବିଧି, ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଓ ମାନସିକ ସ୍ଥିତି ନେଇ ପଚରାଉଚରା ଜାରି ରଖିଛନ୍ତି। ଏହି ଘଟଣା ବିମାନ ଚାଳକଙ୍କ ସୁରକ୍ଷା ଯାଞ୍ଚ ପ୍ରକ୍ରିୟା ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.