Latest Odisha News

BREAKING NEWS

ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ ଦଳର ମନୋବଳ ଉଚ୍ଚରେ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶୁଭମନ ଗିଲଙ୍କ ଏକ ମଜାଦାର ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ  ସିରିଜ୍ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ଶୁଭମନ ମଜାଦାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଚଣ୍ଡୀଗଡ଼ ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ଜଣେ ରିପୋର୍ଟର ଗିଲ୍‌ଙ୍କୁ ଆସନ୍ତା ଟି୨୦ ସିରିଜ୍‌ର ପ୍ରସ୍ତୁତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ।

ପ୍ରଶ୍ନ ଶୁଣି ଗିଲ୍ କିଛି ସେକେଣ୍ଡ୍ ପାଇଁ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ଏବଂ ହସି ହସି କହିଥିଲେ  ଟି୨୦ ?  ମୁଁ ତ ସେହି ଦଳରେ ନାହିଁ !” ଶୁଭମନ ଗିଲ୍ ବର୍ତ୍ତମାନ ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ନେତୃତ୍ୱ ନେଉଛନ୍ତି । କାର୍ୟ୍ୟଭାର ପରିଚାଳନା ଏବଂ ନୂଆ ରଣନୀତି ଯୋଗୁଁ ସିଲେକ୍ଟରମାନେ ତାଙ୍କୁଟି୨୦ ସ୍କ୍ୱାଡ୍‌ରୁ ବାହାରେ ରଖିଛନ୍ତି । ସାମ୍ବାଦିକଜଣକ ଗିଲ୍ ଟି୨୦ ଦଳରେ ନଥିବା କଥା ଭୁଲିଯାଇଥିବାରୁ ଗିଲ୍‌ଙ୍କ ଏହି ହସକଥା ଏବଂ ସଙ୍ଗେ ସଙ୍ଗେ ଦେଇଥିବା ଉତ୍ତରଟି କ୍ରିକେଟ ପ୍ରେମୀଙ୍କ ମନ ଜିଣିନେଇଛି ।

Leave A Reply

Your email address will not be published.