କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ଏକ ପାଣି ଟାଙ୍କି ଉପରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଟାଙ୍କି ଉପରେ ଦୀର୍ଘ ସମୟ ବିତାଇବା ପରେ ଯୁବକ ଜଣକ ତଳକୁ ଡେଇଁ ପଡ଼ିଥିଲେ ଏବଂ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ତୁରନ୍ତ କାଜୁଆଲଟି ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଆହତ ଯୁବକ ଜଣକ ଯାଜପୁରର ରାଜେଶ ପରିଡ଼ା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସେ ମାନସିକ ରୋଗରେ ପୀଡ଼ିତ ଥିଲେ।
ଅପରପକ୍ଷରେ ପାଣି ଟାଙ୍କି ଉପରୁ ଡେଇଁବା ଫଳରେ ରାଜେଶଙ୍କ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଥିଲା। ପରେ ତାଙ୍କୁ ସିଟି ସ୍କାନ ପାଇଁ ପଠାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

