Latest Odisha News

BREAKING NEWS

ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ସ୍ଥିତ ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ (KUU) ରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଦୁଇ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି।

ସୋମବାର ଘଟିଥିବା ଏହି ଘଟଣା ପରେ ନଅ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ବିଶ୍ୱବିଦ୍ୟାଳ ସୁୟ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଘଟଣା ଘଟିଥିଲା। ନିର୍ବାଚନ ଘୋଷଣା ପରେ ମିଠା ବଣ୍ଟନ କରାଯାଇଥିଲା ଏବଂ ଛାତ୍ରଛାତ୍ରୀ ମାନେ ସେଲିବ୍ରେସନ କରିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଛାତ୍ରମାନେ ନିଜ ସମର୍ଥକଙ୍କ ସହ ଆଗାମୀ କ୍ୟାମ୍ପସ ନିର୍ବାଚନ ବିଷୟରେ ଆଲୋଚନା କରୁଥିବା ସମୟରେ ଏକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଗୋଟିଏ ଗୋଷ୍ଠୀର ଛାତ୍ରମାନେ ଅନ୍ୟ ଗୋଷ୍ଠୀର ଜଣେ ଛାତ୍ରଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ, ଯାହା ଫଳରେ କ୍ୟାମ୍ପସରେ ଉତ୍ତେଜନା ବୃଦ୍ଧି ପାଇଥିଲା।

ଘଟଣା ବିଷୟରେ ଖବର ପାଇବା ପରେ ଏକ ପୋଲିସ ଟିମ୍ ତୁରନ୍ତ କ୍ୟାମ୍ପସରେ ପହଞ୍ଚିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ। ବ୍ରହ୍ମପୁର ପୋଲିସ ଅଧୀକ୍ଷକ (SP) ଅଭିନବ ସୋନକର କହିଛନ୍ତି ଯେ ହିଂସା, ଧମକ, ବେଆଇନ ଏକତ୍ରୀକରଣ କିମ୍ବା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରେ ଜଡିତ ଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ଶାନ୍ତି ବଜାୟ ରଖିବା ଏବଂ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପୋଲିସ ଏହି ଘଟଣା ସହ ଜଡିତ ନଅ ଜଣଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.