ପୁରୀ: ଚଳିତ ବର୍ଷ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ମଧ୍ୟପ୍ରଦେଶ ଟାଏକୋଣ୍ଡୋ ସଂଘ ମିଳିତ ଆନୁକୂଲ୍ୟରେ ମଧ୍ୟପ୍ରଦେଶର ଇଣ୍ଡୋରଠାରେ ଜାତୀୟ ସବ ଜୁନିଅର ଓ ଜୁନିଅର କିରୋଗୀ ଓ ପୁଂସି ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଭାରତର ବିଭିନ୍ନ ରାଜ୍ୟରୁ ସର୍ବମୋଟ ୧୦୫୦ ରୁ ଉର୍ଦ୍ଧ ବାଳକ ଓ ବାଳିକା ପ୍ରତିଯୋଗୀ ଏବଂ ଓଡିଶାରୁ ୨୭ଜଣ ବାଳକ ଓ ୨୪ଜଣ ବାଳିକା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଓଡିଶା ଟିମ ଉଭୟ ଇଭେଣ୍ଟରେ ସ୍ଵର୍ଣ-୧୩, ରୌପ୍ୟ-୧୫ ଓ ବ୍ରୋଞ୍ଜ -୨୧ ପଦକ ଜିତିଥିଲା । ଓଡିଶା ଟିମ ପୁଂସି ଇଭେଣ୍ଟରେ ଉପବିଜେତା ଟ୍ରଫି ହାସିଲ କରିଥିଲା ।
ତନ୍ମଧ୍ୟରୁ ପୁରୀ ଜିଲ୍ଲାରୁ ୧୩ଜଣ ବାଳକ ଓ ୧୧ଜଣ ବାଳିକା ପ୍ରତିଯୋଗୀ ସର୍ବମୋଟ ୨୪ଜଣ ପ୍ରତିଯୋଗୀରୁ ସ୍ଵର୍ଣ-୧୦, ରୌପ୍ୟ-୮ ଓ ବ୍ରୋଞ୍ଜ-୧୦ ପଦକ ଜିତିଥିଲେ । ଓଡିଶାରୁ ଅଭିଜିତ ସାହୁ, ସଂଯୁକ୍ତା ବରାଳ ଓ ପାୟଲ ବଡ଼ଜେନା ଜାତୀୟ ରେଫରୀ ଭାବେ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । କ୍ରୀଡ଼ାବିତ ମାନଙ୍କର ଏହି ସଫଳତା ପାଇଁ ଓଡିଶା ଟାଇକୋଣ୍ଡୋ ସଙ୍ଘର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ କ୍ରୀଡ଼ାବିତ ଓ କୋଚମାନଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ।

