Latest Odisha News

BREAKING NEWS

Bbsr-Daspalla MEMU Train:ମେମୁ ଟ୍ରେନ୍‌ରୁ କଲେଜର ଅଧକ୍ଷଙ୍କ ମୃତଦେହ ଉଦ୍ଧାର

ନୟାଗଡ଼:ଶରଣକୁଳ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଦଶପଲ୍ଲା ଷ୍ଟେସନରେ ସନ୍ଦେହଜନକ ଅବସ୍ଥାରେ ଠାବ । ଭୁବନେଶ୍ବର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧକ୍ଷ ମହେଶ୍ବର ମହାପାତ୍ର(୫୬)ଙ୍କ ମୃଦହେଦ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଜିଆରପି ପୋଲିସ ଉଦ୍ଧାର କରିଛି।

ଦଶପଲ୍ଲା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଜାରି ରଖିଛି ଜିଆରପି ପୋଲିସ। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ମିଳିଥିବା ସୂଚନା ମୁତାବକ, ମହେଶ୍ୱରଙ୍କ ଘର ଓଡ଼ଗାଁ ଥାନା ରାବେରା ଗାଁରେ। ମହେଶ୍ୱର ଭୁବନେଶ୍ୱରରୁ ଶରଣକୁଳ କଲେଜକୁ ଟେନ୍‌ ଯୋଗେ ଆସୁଥିଲେ। ସେ ନୟାଗଡ଼ ଟାଉନ ଷ୍ଟେସନରେ ଓହ୍ଲାଇଥାନ୍ତେ। ହେଲେ ଦଶପଲା ଷ୍ଟେସନରୁ ମହେଶ୍ୱରଙ୍କ ମୃତହେଦ ଉଦ୍ଧାର ହୋଇଥିଲା।

Leave A Reply

Your email address will not be published.