Latest Odisha News

BREAKING NEWS

The Dirty Picture-2: ୧୫ବର୍ଷ ପରେ ଏକତାଙ୍କ ସିକ୍ୱେଲ ପ୍ଲାନିଂ

ମୁମ୍ବାଇ: ୨୦୧୧ର ମ୍ୟୁଜିକାଲ ଡ୍ରାମା ଫିଲ୍ମ ଦ ଡାଟି ର୍ପିକ୍ସଚର୍ସର ଆସିବ ସିକ୍ୱେଲ । ଦୀର୍ଘ ୧୫ ବର୍ଷ ପରେ ପ୍ରଡ୍ୟୁସର ଏକତା କପୁର ଫିଲ୍ମର ସେକେଣ୍ଡ ପାର୍ଟ ଆଣିବାର ପ୍ଲାନ୍ କରୁଛନ୍ତି । ଏମିତିକି ଏହି ପ୍ରୋଜେକ୍ଟରେ କାମ ଆରମ୍ଭ କରିଥିବା କହିଛନ୍ତି ନିଜେ ଏକତା । ତେବେ ଫିଲ୍ମରେ କିଏ କିଏ ଷ୍ଟାର କାଷ୍ଟ ରହିବେ, କେବେ ଫିଲ୍ମ ରିଲିଜ୍ ହେବ ଏନେଇ କୌଣସି ଖୁଲାସା କରିନାହାନ୍ତି ସେ । ଏକ ଇଂଟରଭ୍ୟୁରେ ଏହି ସୂଚନା ଦେଇଛନ୍ତି ଏକତା । ୨୦୧୧ର ବିଦ୍ୟାବାଲାନ୍ ଷ୍ଟାରର ଫିଲ୍ମଟି ଦକ୍ଷୀଣ ଭାରତୀୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଉପରେ ଆଧାରିତ ଥିଲା । ସେ ଫିଲ୍ମ ଜଗତରେ ନିଜ ଉପସ୍ଥିତି ଓ କାମ ପାଇଁ ଖ୍ୟାତି ଅର୍ଜନ କରିଥିଲେ । ହେଲେ ଜଣେ ମହିଳା ଯିଏ ବଡି ଏକ୍ସପୋଜ ସପକ୍ଷରେ ସ୍ୱର ଉଠାଇ ସମାଲୋଚନାର ଶିକାର ହୋଇଥିଲେ ତାକୁ ଫିଲ୍ମରେ ସ୍ଥାନ ମିଳିଥିଲା । ତେବେ ମୂଳ ଚଳଚ୍ଚିତ୍ର ପରି ଏହାର ସିକ୍ୱେଲ ମଧ୍ୟ ଜଣେ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଉପରେ ଆଧାରିତ ହେବ ଷ୍ଟୋରୀ ଲାଇନ ସମ୍ପର୍କରେ କିଛି କହିନାହାନ୍ତି ଏକତା । ଦ ଡାର୍ଟି ପିକ୍‌ଚର୍ସରେ ଲିଡ୍ ରୋଲରେ ବିଦ୍ୟା ବାଲାନ୍‌ଙ୍କ ଅଭିନୟର ଖୁବ୍ ପ୍ରଶଂସା ହୋଇଥିଲା । ଅନ୍ୟାନ୍ୟ ରୋଲରେ ନଶିରୁଦ୍ଦିନ ଶାହା, ଇମ୍ରାନ ହାସମି ଓ ତୁଷାର କପୁର ନଜର ଆସିଥିଲେ ।

୨୦୧୧ରେ ୧୮କୋଟି ବଜେଟେରେ ନିର୍ମାଣ ହୋଇଥିଲା ପ୍ରଥମ ପାର୍ଟ । ବକ୍ସ ଅଫିସରେ ଭଲ ବିଜନେସ୍ କରିଥିଲା ଫିଲ୍ମ । ହିନ୍ଦୀ, ତେଲୁଗୁ ଓ ତାମିଲ୍ ଭାଷାରେ ରିଲିଜ୍ ହୋଇଥିଲା । ଫିଲ୍ମରେ ବିଦ୍ୟାଙ୍କ ଅଭିନୟକୁ ଦେଖି ତାଙ୍କୁ ଫିଲ୍ମର ହିରୋ ବୋଲି ମଧ୍ୟ କୁହାଗଲା । ଫିଲ୍ମରେ ବିଦ୍ୟାଙ୍କ ଡାଇଲଗ ଡେଲିଭରୀ ଓ ଏହାର ଗୀତ ସୁପରଡୁପର ହୋଇଥିଲା । ତେବେ ସିକ୍ୱେଲର କାହାଣୀ ପୁଣିଥରେ ସିଲ୍କସ୍ମିତାଙ୍କ ଉପରେ ନହୋଇପାରେ ବୋଲି କଥାରୁ ବାରି ହୋଇପଡୁଛି । ତେବେ ଅନ୍ୟଜଣେ ବ୍ୟକ୍ତିତ୍ୱଙ୍କୁ ନେଇ ସିକ୍ୱେଲ ଆସିପାରେ ବୋଲି ଇଙ୍ଗିତ ଦେଇଛନ୍ତି ଏକତା । ଖୁବଶୀଘ୍ର ସିକ୍ୱେଲର କାଷ୍ଟ, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅପଡେଟ୍ ଦେବେ ବୋଲି କହିଛନ୍ତି ଏକତା ।

Leave A Reply

Your email address will not be published.