Latest Odisha News

BREAKING NEWS

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ବଜାରକୁ ଆସିଲା ୪ଟି ନୂଆ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଏୟାରଟେଲ ଆଣିଛି ୪ଟି ନୂଆ ରିଚାର୍ଜ ପ୍ଲାନ । ଟେଲିକମ୍‌ ସେକ୍ଟରରେ କମ୍ପାନୀମାନଙ୍କ ସେବା ଓ ସୁବିଧା ପ୍ରଦାନ ଲାଗି ପ୍ରତିଯୋଗୀତା ଗ୍ରାହକଙ୍କୁ ବେଶ ଉପକୃତ କରାଉଛି। ଇତି ମଧ୍ୟରେ ଭାରତୀ ଏୟାରଟେଲ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ପୁଣି ୪ଟି ନୂଆ ଇଣ୍ଟରନ୍ୟାସନାଲ ରୋମିଂ ରିଚାର୍ଜ ପ୍ଲାନ୍‌।

ଜାଣନ୍ତୁ ଏହି ପ୍ଲାନ ଗୁଡିକ ସମ୍ପର୍କରେ…

ଏହି ପ୍ଲାନ୍‌ ଗୁଡିକ ସମ୍ପର୍କରେ ଏୟାରଟେଲ୍‌ ଅଫିସିଆଲ୍‌ ୱେବ୍‌ ସାଇଟ୍‌ରେ ଡାଟା ଓ କଲିଂ ସୁବିଧା ନେଇ ବିସ୍ତୃତ ସୂଚନା ବି ଦିଆଯାଇଛି।

ଏୟାରଟେଲର ଏହିସବୁ ପ୍ଲାନ୍ ୬୪୮, ୭୫୫, ୭୯୯ଓ ୧୧୯ ଟଙ୍କାରେ ଉପଲବ୍ଧ ହେବ।

୬୪୮ ଟଙ୍କା ପ୍ଲାନ୍‌:

ଏହି ପ୍ଲାନରେ ଏୟାର ଟେଲ୍ ବିନା ମୂଲ୍ୟର ଅନ୍‌ଲିମିଟେଡ୍‌ ଇନ୍‌କମିଂ କଲ୍‌ସ ସାଙ୍ଗକୁ ଲୋକଲ୍‌ କଲିଂ ଓ ଭାରତକୁ ୧୦୦ ମିନିଟ୍‌ର ଆଉଟ୍‌ ଗୋଇଙ୍ଗ କଲିଂ ଫ୍ୟାସେଲିଟି ମିଳିବ। ଏହା ସହ ଏଥିରେ ୫୦୦ ଏମବି ଫ୍ରି ଡାଟା ୧୦୦ ଏସଏମଏସ ସୁବିଧା ବି ଉପଲବ୍ଧ ହେବ । ଏହି ପ୍ଲାନ୍‌ଟି ଦିନିକିଆ ଭାଲିଡିଟିର ଓ ଏହା ଇଜିପ୍ଟ , ଫ୍ରାନ୍ସ ଓ ଇଣ୍ଡୋନେସିଆ ଭଳି ଦେଶ ଗୁଡ଼ିକ ଲାଗି ଉପଲବ୍ଧ ହେବ।

୭୫୫ ଟଙ୍କିଆ ପ୍ଲାନ୍:

ଏହା କେବଳ ଏକ ଇଣ୍ଟରନେଟ୍‌ ପ୍ଲାନ୍‌ । ଏଥିରେ ୫ଦିନର ସମୟ ଅବଧି ସହ ୧ଜିବି ଡାଟା ମିଳିବ । ଏଥିରେ କୌଣସି କଲିଂ କିମ୍ବା ମେସେଜର ସୁବିଧା ମିଳିବ ନାହିଁ । ଏହି ପ୍ଲାନ୍‌ ମେକ୍ସିକୋ, ନେପାଳ ଓ ନ୍ୟୁଜିଲାଣ୍ଡ ଭଳି ଦେଶ ପାଇଁ ଲାଗୁ କରାଯିବ ।

୭୯୯ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ରହିଛି ଭାରତ ଭିତରେ କଲିଂ ସୁବିଧା । ଇନ୍‌କମିଂ କଲ୍‌ ଓ ଫ୍ରି ଲୋକଲ୍‌ ଆଉଟ୍‌ ଗୋଇଙ୍ଗ କଲ୍‌ସ ପାଇଁ ୧୦୦ ମିନିଟ୍‌ ମିଳିବ । ଏହି ପ୍ଲାନ୍‌ର ଭାଲିଡିଟି ୩୦ ଦିନର ଅଟେ । ଏହି ପ୍ଲାନ୍‌ ୟୁଏସ୍ କାନାଡ଼ା ଓ ଚୀନ୍‌ ଭଳି ଦେଶ ଗୁଡ଼ିକରେ ଉପଲବ୍ଧ ହେବ ।

୧ହଜାର ୧୯୯ ଟଙ୍କିଆ ପ୍ଲାନ୍‌:

ଏହି ପ୍ଲାନରେ ରହିଛି ୩୦ ଦିନର ଭାଲିଡିଟି ସହ ଏଥିରେ ଆଉଟ୍‌ ଗୋଇଂ କଲ୍ସ ଓ ଇନ୍‌କମିଂ କଲ୍ସ ପାଇଁ ୧୦୦ ମିନିଟ୍‌ ଫ୍ରି।

Leave A Reply

Your email address will not be published.